ସରକାରୀ ନାଳରେ ପଥର ପକାଇ ଜାମ୍ କରି ରଖିଛନ୍ତି ଗୋଟେ ପରିବାର, ପାଣି ନିଷ୍କାସିତ ନ ହେବାରୁ କଲବଲ ହେଉଛନ୍ତି ପୂରା ସାହି ବାସିନ୍ଦା

ଅନୁଗୁଳ: ଗୋଟିଏ ପରିବାରର ଦାୟିତ୍ୱହୀନତା ପାଇଁ ହଇରାଣ ହେଉଛନ୍ତି ପୂରା ସାହି ବାସିନ୍ଦା। ଅନୁଗୁଳ ଜିଲ୍ଲା ଖଲାରୀ ପଞ୍ଚାୟତର ଗଡ଼ପଦା ସାହିରୁ ଆସିଛି ଏମିତି ଏକ ଅଜବ ଅଭିଯୋଗ। ଗଡ଼ପଦା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ସାହିରେ ଡ୍ରେନ ମାଧ୍ୟମରେ ଯାଉଥିବା ପାଣି ପାଇପକୁ ଗୋଟିଏ ପରିବାର ପଥର ଏବଂ ବାଲି ଦେଇ ଜାମ୍ କରି ଦେଇଛନ୍ତି। ଫଳରେ ପାଣି ଯାଇ ପାରୁନାହିଁ। କିଛି ଦିନ ହେଲା ବର୍ଷା ହେଉଥିବାରୁ ସ୍ଥିତି ଆହୁରି ସଙ୍ଗୀନ ହୋଇଛି। […]

ସରକାରୀ ନାଳରେ ପଥର ପକାଇ ଜାମ୍ କରି ରଖିଛନ୍ତି ଗୋଟେ ପରିବାର, ପାଣି ନିଷ୍କାସିତ ନ ହେବାରୁ କଲବଲ ହେଉଛନ୍ତି ପୂରା ସାହି ବାସିନ୍ଦା
ଅନୁଗୁଳ: ଗୋଟିଏ ପରିବାରର ଦାୟିତ୍ୱହୀନତା ପାଇଁ ହଇରାଣ ହେଉଛନ୍ତି ପୂରା ସାହି ବାସିନ୍ଦା। ଅନୁଗୁଳ ଜିଲ୍ଲା ଖଲାରୀ ପଞ୍ଚାୟତର ଗଡ଼ପଦା ସାହିରୁ ଆସିଛି ଏମିତି ଏକ ଅଜବ ଅଭିଯୋଗ। ଗଡ଼ପଦା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ସାହିରେ ଡ୍ରେନ ମାଧ୍ୟମରେ ଯାଉଥିବା ପାଣି ପାଇପକୁ ଗୋଟିଏ ପରିବାର ପଥର ଏବଂ ବାଲି ଦେଇ ଜାମ୍ କରି ଦେଇଛନ୍ତି। ଫଳରେ ପାଣି ଯାଇ ପାରୁନାହିଁ। କିଛି ଦିନ ହେଲା ବର୍ଷା ହେଉଥିବାରୁ ସ୍ଥିତି ଆହୁରି ସଙ୍ଗୀନ ହୋଇଛି। ପାଣି ନିଷ୍କାସନ ହୋଇ ନ ପାରି ନାଳରେ ଜମୁଛି ଓ କିଛି ଲୋକଙ୍କ ଘରେ ବି ପଶୁଛି। ଅନ୍ୟପଟେ ଦୀର୍ଘ ଦିନ ଧରି ପାଣି ଜମା ହେବା ଯୋଗୁ ମଶାମାନଙ୍କ ବଢ଼ିବାନସମ୍ଭାବନା ବି ରହିଛି। ଏ ନେଇ ସମ୍ପୃକ୍ତ ପରିବାରକୁ କହିଲେ ମଧ୍ୟ ସେ ନାଳ ସଫା କରିବା ଦିଗରେ ଦୃଷ୍ଟି ଦେଉନାହାନ୍ତି। ଏଣୁ ସାହି ଲୋକେ ସରକାରୀ ଅଫିସରେ ଅଭିଯୋଗ କରିଛନ୍ତି। ଏହି ଘଟଣା ବାବଦରେ ଅନୁଗୁଳ ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ଘଟଣା ବିଷୟରେ ଅବଗତ ନଥିଲି। ବହୁତ ଶୀଘ୍ର ସମସ୍ୟା ବୁଝିବା ସହ ସମାଧାନ କରି ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।