୧୪ ମହାବଳଙ୍କୁ ସ୍ଵାଗତ କରିବ ସାତକୋଶିଆ
ଅନୁଗୁଳ: ୨୦୧୮ ମସିହାର ବିଫଳତାକୁ ପଛକୁ ଠେଲି ସାତକୋଶିଆରେ ପୁଣି ମହାବଳର ଗର୍ଜନ ଶୁଭିବ। ଲକ୍ଷ ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଏବଂ ପର୍ଯ୍ୟଟନର ବିକାଶ। ଏଥିପାଇଁ ଗତ ଅଗଷ୍ଟ ମାସରୁ ରାଜ୍ୟ ଓ ଜିଲ୍ଲା ବନ ବିଭାଗ ପକ୍ଷରୁ ପୁରା ଦମ୍ରେ କସରତ ଚାଲିଛି। ଅନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରର ପୂର୍ବ କାହାଣୀର ବିଫଳତାର ନକ୍ସାକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଉଛି। ପୂର୍ବ ଥର ସମୁଦାୟିକ ଭାଗିଦାରୀର ଅଭାବ,ବାଘ ପାଇଁ ନିୟମିତ ଶିକାର ବ୍ୟବସ୍ଥା […]
ଅନୁଗୁଳ: ୨୦୧୮ ମସିହାର ବିଫଳତାକୁ ପଛକୁ ଠେଲି ସାତକୋଶିଆରେ ପୁଣି ମହାବଳର ଗର୍ଜନ ଶୁଭିବ। ଲକ୍ଷ ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଏବଂ ପର୍ଯ୍ୟଟନର ବିକାଶ।
ଏଥିପାଇଁ ଗତ ଅଗଷ୍ଟ ମାସରୁ ରାଜ୍ୟ ଓ ଜିଲ୍ଲା ବନ ବିଭାଗ ପକ୍ଷରୁ ପୁରା ଦମ୍ରେ କସରତ ଚାଲିଛି। ଅନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରର ପୂର୍ବ କାହାଣୀର ବିଫଳତାର ନକ୍ସାକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଉଛି। ପୂର୍ବ ଥର ସମୁଦାୟିକ ଭାଗିଦାରୀର ଅଭାବ,ବାଘ ପାଇଁ ନିୟମିତ ଶିକାର ବ୍ୟବସ୍ଥା ଏବଂ ଅଭୟାରଣ୍ୟ ଭିତରୁ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାରେ ସମନ୍ୱୟ ଅଭାବରୁ ଜନ ଅସନ୍ତୋଷ ଦେଖା ଦେଇଥିଲା ଯାହା ଫଳରେ ପ୍ରକଳ୍ପ ଫେଲ ମରିଥିଲା।
ତେବେ ଚଳିତ ଥର ଗ୍ରାମବାସୀ ମାନଙ୍କୁ ଉପଯୁକ୍ତ ପ୍ୟାକେଜ ଦିଆଯାଇ ବଫର ଜୋନ୍ ବାହାରେ ଥଇଥାନ କରାଯାଉଛି। ଏନ୍ଟିସିଏ ରସମସ୍ତ ସର୍ତ୍ତ ଜଙ୍ଗଲ ବିଭାଗ ପୂରଣ କଲାପରେ ଏଥର ମହାରାଷ୍ଟ୍ରର ତଡୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ୧୪ ଗୋଟି ମହାବଳଙ୍କୁ ପର୍ଯ୍ୟାୟକ୍ରମେ ସାତକୋଶିଆ ଅଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ଯଦି ପ୍ରସ୍ତୁତି ଠିକ୍ ଠାକ୍ ଚାଲେ ତେବେ ସାତକୋଶିଆରେ ମହାବଳଙ୍କ ହେଣ୍ଟାଳ ନିଶ୍ଚିତ ରୂପେ ଶୁଭିବ ।