ଆତ୍ମନିର୍ଭରଶୀଳ ହେବେ ମାନସିକ ବିକାରମୁକ୍ତ ମହିଳା, ତାଲିମ ଦେଉଛି ୟୁକୋ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ୟୁକୋ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ମିଶନ ଆଶ୍ରାର ମିଳିତ ସହଯୋଗରେ ସାଧାରଣ ଉଦ୍ୟୋଗିକ ବିକାଶର ୬ ଦିନିଆ ତାଲିମ ଶିବିର ସୋମବାର ଉଦଘାଟିତ ହୋଇଛି। ଏ ଅବସରରେ ୨୫ ଜଣ ସୁସ୍ଥ ହେଇଥିବା ମାନସିକ ବିକାରଗ୍ରସ୍ତ ଝିଅ ଓ ମହିଳାଙ୍କୁ ତାଲିମ ଦିଆଯାଇଥିଲା। ଝିଅମାନଙ୍କୁ ମହମବତୀ, ଫିନାଇଲ, ଡିଟରଜେଣ୍ଟ, ନୀଳ, ଅଳତା ତିଆରି ଏବଂ ଛତୁ ଚାଷ ଇତ୍ୟାଦିର ଶିକ୍ଷା ଦିଆଯାଇଛି। ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା ସମାଜସେବୀ ମହାସଂଘର […]

ଆତ୍ମନିର୍ଭରଶୀଳ ହେବେ ମାନସିକ ବିକାରମୁକ୍ତ ମହିଳା, ତାଲିମ ଦେଉଛି ୟୁକୋ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ୟୁକୋ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ମିଶନ ଆଶ୍ରାର ମିଳିତ ସହଯୋଗରେ ସାଧାରଣ ଉଦ୍ୟୋଗିକ ବିକାଶର ୬ ଦିନିଆ ତାଲିମ ଶିବିର ସୋମବାର ଉଦଘାଟିତ ହୋଇଛି। ଏ ଅବସରରେ ୨୫ ଜଣ ସୁସ୍ଥ ହେଇଥିବା ମାନସିକ ବିକାରଗ୍ରସ୍ତ ଝିଅ ଓ ମହିଳାଙ୍କୁ ତାଲିମ ଦିଆଯାଇଥିଲା। ଝିଅମାନଙ୍କୁ ମହମବତୀ, ଫିନାଇଲ, ଡିଟରଜେଣ୍ଟ, ନୀଳ, ଅଳତା ତିଆରି ଏବଂ ଛତୁ ଚାଷ ଇତ୍ୟାଦିର ଶିକ୍ଷା ଦିଆଯାଇଛି। ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସମ୍ପାଦକ ବାପି ମହାନ୍ତି ଓ ତାଳଚେରର ବିଶିଷ୍ଟ ସମାଜ ସେବୀ ରଞ୍ଜିତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁସ୍ଥ ହୋଇଥିବା ଝିଅ ଓ ମହିଳାମାନେ କିପରି ଭବିଷ୍ୟତରେ ଆତ୍ମନିର୍ଭରଶୀଳ ହେବେ, ସେ ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ୟୁକୋ ଆର.ସେ.ଟିର ପ୍ରଶିକ୍ଷକ ରାମ ପ୍ରସାଦ ସାହୁ, ତାଳଚେର ମିଶନ ଆଶ୍ରାର ପରିଚାଳକ ମୋନିକା ଶର୍ମାଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।