ଓଭରବ୍ରିଜ କାମ ପାଇଁ ଆସିଥିବା ଲୁହା ସାମଗ୍ରୀ ଚୋରି ଅଭିଯୋଗ, ୩ ଜଣଙ୍କୁ ବାନ୍ଧିଲା ବଅଁରପାଳ ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ନିକଟରେ ନିର୍ମାଣାଧୀନ ଓଭରବ୍ରିଜ ପାଇଁ ଆସିଥିବା ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ଗଡ଼ସନ୍ତ୍ରୀ ଗ୍ରାମ ନିକଟରେ ଓଭର ବ୍ରିଜ କାମ କରୁଥିବା ଏକ ଠିକାସଂସ୍ଥାର ସୁପରଭାଇଜର ଭରତ ସିଂ ଗତ ୧୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଯେ ୧୩ ତାରିଖ ରାତି ପ୍ରାୟ ଦୁଇଟା ବେଳେ ଏକ ପିକଅପ୍ (ଓଡି ୧୯ ଭି ୬୯୨୯)ରେ […]

ଓଭରବ୍ରିଜ କାମ ପାଇଁ ଆସିଥିବା ଲୁହା ସାମଗ୍ରୀ ଚୋରି ଅଭିଯୋଗ, ୩ ଜଣଙ୍କୁ ବାନ୍ଧିଲା ବଅଁରପାଳ ପୋଲିସ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ନିକଟରେ ନିର୍ମାଣାଧୀନ ଓଭରବ୍ରିଜ ପାଇଁ ଆସିଥିବା ଲୁହା ସାମଗ୍ରୀ ଚୋରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ, ଗଡ଼ସନ୍ତ୍ରୀ ଗ୍ରାମ ନିକଟରେ ଓଭର ବ୍ରିଜ କାମ କରୁଥିବା ଏକ ଠିକାସଂସ୍ଥାର ସୁପରଭାଇଜର ଭରତ ସିଂ ଗତ ୧୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ଯେ ୧୩ ତାରିଖ ରାତି ପ୍ରାୟ ଦୁଇଟା ବେଳେ ଏକ ପିକଅପ୍ (ଓଡି ୧୯ ଭି ୬୯୨୯)ରେ ଆସି ୮ ରୁ ୧୦ ଜଣ ଲୋକ କମ୍ପାନୀକୁ ଆସିଥିବା ବିଭିନ୍ନ ପ୍ରକାର ଲୁହା ସାମଗ୍ରୀ ଲୋଡ କରୁଥିଲେ। ଚୋରି ହେଉଥିବା ଜାଣି ଭରତ ପାଟି କରିବାରୁ ଅଭିଯୁକ୍ତ ମାନେ ଗାଡ଼ିରେ ଲୋଡ କରିଥିବା ଜିନିଷ ଧରି ପଳାଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରୁ ଭରତ ଜଣଙ୍କୁ ଚିହ୍ନି ପାରି ତାଙ୍କ ନାଁରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୋଲିସ କଣ୍ଟାବଣିଆ ଥାନା ମଙ୍ଗଳପୁର ଗ୍ରାମର ରାଜୁ ନାଏକଙ୍କୁ ଧରିଥିଲା। ସେ ଅନ୍ୟମାନଙ୍କ ନାଁ କହିବା ପରେ ପୋଲିସ କମଳାଙ୍ଗରୁ ତାପସ ନାଏକ ଏବଂ ମୋଟଙ୍ଗା ଥାନା ଅଞ୍ଚଳରୁ ଗୋପବନ୍ଧୁ ନାଏକକୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରି କୋର୍ଟଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଦୁଷ୍ମନ୍ତ ସିଂ ସୂଚନା ଦେଇଛନ୍ତି।