କୁମୁରିସିଂହାରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା, ପୋକତୁଙ୍ଗା ଚାମ୍ପିୟନ
ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ଥାନା କୁମୁରିସିଂହା ଗ୍ରାମରେ ଶୁକ୍ରବାର ଗୀତା ଉତ୍ସବରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ କୁମୁରିସିଂହା ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରଜକିଶୋର ବିଶ୍ୱାଳ, ସୁଦର୍ଶନ ସାହୁ, ବରିଷ୍ଠ ଦଣ୍ଡ ବିଚାରକ ତଥା ଆୟୋଜକ ଯୋଗେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ଢେଙ୍କାନାଳ ଜିଲ୍ଲାର ମାନପୁର, ପୁରୁକିଆ, ଅନୁଗୁଳ ଜିଲ୍ଲାର ପୋକତୁଙ୍ଗା, ଶରଧାପୁର, ଶାବଳ ଭଙ୍ଗା, […]
ଅନୁଗୁଳ : ଅନୁଗୁଳ ଜିଲ୍ଲା ସଦର ଥାନା କୁମୁରିସିଂହା ଗ୍ରାମରେ ଶୁକ୍ରବାର ଗୀତା ଉତ୍ସବରେ ଜିଲ୍ଲାସ୍ତରୀୟ ରାମାୟଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ କୁମୁରିସିଂହା ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରଜକିଶୋର ବିଶ୍ୱାଳ, ସୁଦର୍ଶନ ସାହୁ, ବରିଷ୍ଠ ଦଣ୍ଡ ବିଚାରକ ତଥା ଆୟୋଜକ ଯୋଗେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ l
ଏଥିରେ ଢେଙ୍କାନାଳ ଜିଲ୍ଲାର ମାନପୁର, ପୁରୁକିଆ, ଅନୁଗୁଳ ଜିଲ୍ଲାର ପୋକତୁଙ୍ଗା, ଶରଧାପୁର, ଶାବଳ ଭଙ୍ଗା, ସାନ କଞ୍ଜନି, ଜମ୍ବୁନାଳି, ଜରଡା, ରାଣୀ ଗୋଡ଼ା, ବଡ଼ କଞ୍ଜନୀ, ବାଳୁଅକଟା ଆଦି ୧୨ ଟି ଗ୍ରାମର ଧାର୍ମିକ ଗୋଷ୍ଠୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲା। ଏଥିରେ ପୋକତୁଙ୍ଗା ଧାର୍ମିକ ଗୋଷ୍ଠୀ ସର୍ବଶ୍ରେଷ୍ଠ ଚାମ୍ପିୟନ ହୋଇଥିଲେ। ଉକ୍ତ ଦଳର ବସନ୍ତ ସାହୁ, ରଞ୍ଜିତ ପ୍ରଧାନ, ପ୍ରହ୍ଲାଦ ସାହୁଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ସେହିପରି ସାନ କଞ୍ଜିନି ଦ୍ୱିତୀୟ ସ୍ଥାନ ଓ ଅରାହାଟ ପୁରୁକିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ l ତାଳଚେର ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଓ ଆମ ପୁରାଣ ଆମ ସଂସ୍କୃତି ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ କୁମୁରିସିଂହା ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।