କର୍ତବ୍ୟନିଷ୍ଠା ପାଇଁ ମହିପୁର ଫାଣ୍ଡି ଅଧିକାରୀ ବିରଞ୍ଚି ନାରାୟଣ ଅମାନ୍ତ ମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ।
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁରୁ ଫାଣ୍ଡି ରେ କାର୍ଯ୍ୟରତ ଫାଣ୍ଡି ଅଧିକାରୀ ବିରଂଚି ନାରାୟଣ ଅମାତଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ ଏସପି ଓ ମନ୍ତ୍ରୀ।
ସୁଚନା ମୁତାବକ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ (୫୭) ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମହିପୁର ଫାଣ୍ଡି ଅଂଚଳରେ ଅସାମାଜିକ ଯୁବକଙ୍କ ପାଦ୍ରୁଭାବ ସହିତ ଚୋରି ଡକାୟତି ନିଶା କାରବାର ରେ ରୋକ୍ ଲଗାଇବା ସହିତ ଏକ ଶାନ୍ତି ଓ ସୁସ୍ଥ ବାତାବରଣ ସୁଷ୍ଟି କରିବାରେ ମହିପୁର ଫାଣ୍ଡି ଅଧିକାରୀ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ନିର୍ଭୟରେ ଲୋକଙ୍କ ଅସୁବିଧା ଫାଣ୍ଡି ରେ ଆସି ଅଭିଯୋଗ କରିବା ସହିତ ଚୋର ଡକାୟତ ଓ ନିଶା ବେପାରୀଙ୍କୁ ସାବାଡ କରି ମାମୁଁ ଘରକୁ ପଠାଇବାରେ ପାରଙ୍ଗମ ଥିବା ଫାଣ୍ଡି ଅଧିକାରୀ ବିରଂଚି ନାରାୟଣ ଅମାତ ଅଂଚଳରେ ଦକ୍ଷ ଅଫିସର ଭାବେ ପରିଚିତ। ଆଜି ୭୬ ତମ ସାଧାରଣତନ୍ତ୍ର ଦିବସରେ ଓଡିଶା ସରକାର ଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନୟାଗଡ଼ ଜିଲ୍ଲା ପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ, ଏସ. ପି. ଏସ ସୁଶ୍ରୀ ଦକ୍ଷ ଅଫିସର ବିରଞ୍ଚି ଅମାତଙ୍କୁ ୭୬ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସରେ ମାନପତ୍ର ସହିତ ସମ୍ମାନିତ କରିଛନ୍ତି।
ନୟାଗଡ଼ ରୁ Senior Editor ସଞ୍ଜୟ ଦତ୍ତ ଆଚାର୍ଯ୍ୟ ଙ୍କ ରିପୋର୍ଟ୍ Dreams Rider News