ଟିକାବାଲି କଲେଜ ରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ
କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବ ରେ ସ୍ନାତକ ଛାତ୍ରୀଙ୍କୁ ନେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟ କ୍ରମରେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟର ଅଧ୍ୟାପିକା ଗୀତାଞ୍ଜଳି ଶବର ମୁଖ୍ୟ ଅତଥିଭାବେ ଯୋଗଦେଇ ଶାରୀରିକ,ମାନସିକ ସ୍ତରରେ ଆମେ କିପରି ସୁରକ୍ଷିତ ରହିବା ଏବଂ ନିଜକୁ କିଏ ଆକ୍ରମଣ କଲେ କିପରି କୌଶଳରେ ଖସି ଆସି ପରିବା ତାହା ଏହି ପ୍ରଶିକ୍ଷଣ ରୁ ଜାଣି ପରିବା ବୋଲି ବକ୍ତବ୍ୟ ରଖିଥିଲେ ।ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଶିବାନୀ କହଁର ପରିଚାଳନା କରିଥିଲେ।ଅଧ୍ୟାପକ ନରେନ୍ଦ୍ର ଦିଗାଲ,ଅଧ୍ୟାପକ ରତନ ଦିଗାଲ,ତୁଷାର କାନ୍ତ ପଣ୍ଡା ଯୋଗ ଦେଇ ଥିଲେ । ମାଷ୍ଟର ଟ୍ରେନର ସୁଶ୍ରୀ ଜ୍ୟୋତିର୍ମୟୀ ପ୍ରଧାନ ପ୍ରଶିକ୍ଷଣ ଦେଇଥିଲେ। ଗୋଟିଏ ଗ୍ରୁପ୍ ରେ ପଚାଶ ଛାତ୍ରୀ ଗୋଦଦେଇ ପ୍ରଶିକ୍ଷଣ ନେଇଥିଲେ ।