ଟିକାବାଲି ଠାରେ ବ୍ଲକ ସ୍ତରୀୟ ଶିକ୍ଷଣ ପ୍ରସ୍ତୁତି କର୍ମଶାଳା ଉଦଯାପିତ

ଟିକାବାଲି ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ ଙ୍କ ତତ୍ୱାବଧାନ ରେ ତାଙ୍କ ଅଫିସ କାର୍ଯ୍ୟାଳୟ ରେ ତିନି ଦିନିଆ ଶିକ୍ଷଣ ପ୍ରସ୍ତୁତି କର୍ମଶାଳା ର ଆଜି ଉଦଯାପିତ ହୋଇଅଛି I ଏହି ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ରୂପେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ସାହାଣୀ, ସମ୍ମାନିତ ଅତିଥି ମଧ୍ୟରେ ଟିକାବାଲି ଡି ଆଇ ଇ ଟି ଅଧକ୍ଷ ଶ୍ରୀଯୁକ୍ତ ଡ. ଶିବ ପ୍ରସାଦ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଣେଶ୍ୱର କହଁର ଓ ଶ୍ରୀମତୀ ବିନୋଦିନୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମ ରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପାଇଁ ଅଭିଜ୍ଞତା ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବିଭିନ୍ନ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ହୋଇଅଛି I ଏହି ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କ ଆଗ୍ରହ କିପରି ହେବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇଛି I ଏହି ଶିକ୍ଷଣ ସାମଗ୍ରୀ ଗୁଡ଼ିକ ସବୁ ବର୍ଗ ର ଶିକ୍ଷାର୍ଥୀ ଙ୍କ ପାଇଁ ଉଦ୍ଧିଷ୍ଟ ହୋଇଅଛି I ଏହି କାର୍ଯ୍ୟକ୍ରମ ରେ ଟିକାବାଲି, କଟିମାହା ଓ ଗସାଗୁଡା କ୍ଳଷ୍ଟର ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ ପରିଚାଳନା କରିଥିଲେ I

ଟିକାବାଲି ଠାରେ ବ୍ଲକ ସ୍ତରୀୟ ଶିକ୍ଷଣ ପ୍ରସ୍ତୁତି କର୍ମଶାଳା ଉଦଯାପିତ