ଦାଦା ବଟି ନଦେବାରୁ ଭାଙ୍ଗିଲେ ଷ୍ଟଲ, ଫିଙ୍ଗିଦେଲେ ହାଣ୍ଡିକ ଯାକ ଦହିବରା; ବେପାରୀକୁ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗ
ଅନୁଗୁଳ: ଦାଦା ବଟି ନଦେବାରୁ ଭାଙ୍ଗିଲେ ଷ୍ଟଲ, ଫିଙ୍ଗିଦେଲେ ହାଣ୍ଡିକ ଯାକ ଦହିବରା। କେବଳ ସେତିକି ନୁହେଁ, ସମ୍ପୃକ୍ତ ଦୋକାନୀକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରାଯାଇଛି। ଅନୁଗୁଳ ଟାଉନ୍ ଥାନା ଅଧୀନରେ ଆସୁଥିବା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆଜି ଏଭଳି ଘଟଣା ଘଟିଛି। ଏଠାରେ ଜଣେ ଦହିବରା ବେପାରୀ ଦାଦାବଟି ନ ଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ମୁତାବକ, ରାଧାରମଣପଡ଼ାର ପବିତ୍ର ସାହୁଙ୍କ ପୁଅ ତ୍ରିନାଥ ସାହୁ (୩୨) ପାଖାପାଖି ଚାରିବର୍ଷ […]
ଅନୁଗୁଳ: ଦାଦା ବଟି ନଦେବାରୁ ଭାଙ୍ଗିଲେ ଷ୍ଟଲ, ଫିଙ୍ଗିଦେଲେ ହାଣ୍ଡିକ ଯାକ ଦହିବରା। କେବଳ ସେତିକି ନୁହେଁ, ସମ୍ପୃକ୍ତ ଦୋକାନୀକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରାଯାଇଛି। ଅନୁଗୁଳ ଟାଉନ୍ ଥାନା ଅଧୀନରେ ଆସୁଥିବା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଆଜି ଏଭଳି ଘଟଣା ଘଟିଛି। ଏଠାରେ ଜଣେ ଦହିବରା ବେପାରୀ ଦାଦାବଟି ନ ଦେବାରୁ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଛନ୍ତି।
ସୂଚନା ମୁତାବକ, ରାଧାରମଣପଡ଼ାର ପବିତ୍ର ସାହୁଙ୍କ ପୁଅ ତ୍ରିନାଥ ସାହୁ (୩୨) ପାଖାପାଖି ଚାରିବର୍ଷ ହେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ସାମ୍ନାରେ ଦହିବରା ବେପାର କରନ୍ତି। ଆଜି ଦିନ ବାରଟା ବେଳେ ପ୍ରଗତି ନଗର ଅଞ୍ଚଳର ସମୀର ଦାସ ନାମକ ଜଣେ ଯୁବକ ତ୍ରିନାଥଙ୍କୁ ଦାଦା ବଟି ମାଗିଥିଲେ। କିନ୍ତୁ ତ୍ରିନାଥ ଦାଦାବଟି ଦେବାକୁ ବାରଣ କରିଥିଲେ। ଏହାକୁ ନେଇ ପ୍ରଥମେ ତ୍ରିନାଥ ଏବଂ ସମୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମୀର ତ୍ରିନାଥଙ୍କ ଦହିବରା ହାଣ୍ଡିକୁ ତଳେ ଫିଙ୍ଗି ଦେଇଥିଲେ। ଏହା ପରେ ରାଗରେ ନିକଟରେ ଥିବା ଏକ ଗୁପଚୁପ ଦୋକାନୀଙ୍କ ଠାରୁ ଧାରୁଆ ଛୁରୀ ଆଣି ତ୍ରିନାଥଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ତ୍ରିନାଥ ଭୟଭୀତ ହୋଇ ୧୧୨ ନମ୍ବରରେ ଯୋଗାଯୋଗ କରିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ସମୀର ଫେରାର ହୋଇ ଯାଇଥିବା ବେଳେ ତ୍ରିନାଥଙ୍କ ସ୍ତ୍ରୀ ସରୋଜିନୀ ସାହୁ ଥାନାରେ ଅଭିଯୋଗ କରିଛନ୍ତି।