ପୁଣି ୫୫ ନମ୍ବର ଜାତୀୟ ରାଜପଥରେ ଗଡ଼ିଲା ମୁଣ୍ତ ଟ୍ରକ ଚାପରେ ବାଇକ ଆରୋହି ମୃତ,ଏକ ଘଣ୍ଟା ଜାତୀୟ ରାଜପଥ ଜାମ

ବଅଁରପାଳ,୨୫/୧ ଅଜି ପୂର୍ବାହ୍ନରେ ଵଅଁରପାଳ ଥାନା ନୂଆହତା- ବୁଢାପଙ୍କ ରାସ୍ତା ଉପରେ ନିର୍ମାଣ ଧୀନ ଓଭର ବ୍ରିଜ ପାଖ ସର୍ଭିସ ରୋଡ଼ ଉପରେ ଜୈନିକ ଅବସରପ୍ରାପ୍ତ ରେଞ୍ଜର ଫକୀର ମାଝୀ (୬୫)ଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ତାଙ୍କ ଘର ସନ୍ତ୍ରୀ ଗ୍ରାମର ଖବରପାଇ ବଅଁରପାଳ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ଘଟଣା ସ୍ଥଳରେ ପହଁଚି ଥିଲେ।ଉଭୟ ଟ୍ରକ ଏବଂ ବାଇକ କୁ ଜବତ କରିଛନ୍ତି।ଉପସ୍ଥିତ ଆତ୍ମୀୟ ସୋଜନ ଏବଂ ପରିବାର ବର୍ଗଙ୍କୁ ବୁଝାସୁଝା କରାଇ ମୃତକଙ୍କ ଶବକୁ ବ୍ୟବଛେଦ ପାଇଁ ଅନୁଗୋଳ ପଠାଇଛନ୍ତି।ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ଅଛି।ପ୍ରାୟ ଏକ ଘଣ୍ଟା ଧରି ଆନ୍ଦୋଳନ ଚାଲିଥିବା ବେଳେ ପୋଲିସ ବୁଝାସୁଝା କରି କ୍ଷତିପୂରଣ ଲାଗି ଦୃଢ଼ ପଦକ୍ଷପ ନିଆଯିବବୋଲି କୁହାଯିବା ପରେ ଆନ୍ଦୋଳନ ସ୍ୱାଭବିକ ହୋଉଥିଲା।ସୂଚନା ଥାଉକି ବାଇକ ଆରୋହି କଣ୍ଟାବଣିଆ ଅଞ୍ଚଳରୁ ଏହି ଖାଲ ଢିପ ପାର୍ଶ୍ଵ ରାସ୍ତାରେ ବଅଁରପାଳ ଆଡକୁ ଆସୁଥିବା ବେଳେ ସମାନ ଦିଗରୁ ଓଡି୦୯ସି ୯୩୧୬ ଏକ ଚଉଦ ଚକିଆ ଖାଲି ବୋଝେଇ କୋଇଲା ଟ୍ରକ ଆସୁଥିଲା। ବାଇକ ଆରୋହୀ ଟ୍ରକ ଆଗରେ ଆସୁଥିବା ବେଳେ ଚାଳକକ୍ଷଣତ ାମ୍ୟ ହରାଇ ତାଙ୍କୁ ପଛରୁ ଏହି ରାସ୍ତା ଉପରେ ଧକ୍କା ଦେଇଥିଲ ।ମଟର ସାଇକେଲ ଟି ଟ୍ରକ ଆଗ ଚକ ପାଖରେ ରହିଯାଇଥିବାବେଳେ ମୃତ ଫକୀରଙ୍କୁ ଟ୍ରକ କିଛି ବାଟ ଘୋଷାଡ଼ି ନେଇଥିଲା।ପଛ ଚାରି ଚକା ମଝିରେ ମୃତକ ରହିଯିବା ସହ ଘଟଣା ସ୍ଥଳରେ ଜୀବନ ଚାଲି ଯାଇଥିଲା।ତେବେ ବିନା ମାଜିଷ୍ଟେଟରେ ପୋଲିସ ଆନ୍ଦୋଳନକୁ ସ୍ୱାଭାବିକ କରିବା ସହ ତତ କ୍ଷଣତ ସିପି ଆରୋରା କମ୍ପାନୀ ର ଯନ୍ତ୍ରୀ ସଚିନ ଧାବନ କୁ ଡାକି ତୁରନ୍ତ ଖାଲ ଢିପ ରାସ୍ତାକୁ ସମତୁଲ କରିବା ସହ ପାର୍ଶ୍ଵ ରାସ୍ତରେ ବେଲ୍ଟ ବାନ୍ଧିବାକୁ କହିଥିଲେ।ଏ ପରିକି କାମ ସରିବା ପର୍ଯ୍ୟନ୍ତ ସିକୁରିଟି ରହିବାକୁ ପରାମର୍ଶ ଦେଇଥିଲେ।

ପୁଣି ୫୫ ନମ୍ବର ଜାତୀୟ ରାଜପଥରେ ଗଡ଼ିଲା ମୁଣ୍ତ  ଟ୍ରକ   ଚାପରେ ବାଇକ ଆରୋହି ମୃତ,ଏକ ଘଣ୍ଟା ଜାତୀୟ ରାଜପଥ ଜାମ