ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଯାପିତ

ଅନୁଗୁଳ: ଗତ ୧୫ ତାରିଖ ରୁ ନାଲକୋ ନଗର ଠାରେ ଆୟୋଜିତ ୧୫ତମ ଜାତୀୟ ପଲ୍ଲୀଶ୍ରୀ ମେଳା ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ହୋଇଥିବା ଉପଲକ୍ଷେ ଶୁଭାରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳା ମଧ୍ୟ ଉଦଯାପିତ ହୋଇଯାଇଛି। […]

ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଯାପିତ
ଅନୁଗୁଳ: ଗତ ୧୫ ତାରିଖ ରୁ ନାଲକୋ ନଗର ଠାରେ ଆୟୋଜିତ ୧୫ତମ ଜାତୀୟ ପଲ୍ଲୀଶ୍ରୀ ମେଳା ଆଜି ଅପରାହ୍ନରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ହୋଇଥିବା ଉପଲକ୍ଷେ ଶୁଭାରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳା ମଧ୍ୟ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିକାଶ ମେଳାରେ ସରକାରୀ ଯୋଜନା (ଷ୍ଟଲ) ଗୁଡ଼ିକୁ ଭଲ ପ୍ରଦର୍ଶନ କରିଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ପଲ୍ଲୀଶ୍ରୀ ମେଳାରେ ଭଲ ପ୍ରଦର୍ଶନ/ ବ୍ୟବସାୟ କରିଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲା ରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ପଲ୍ଲୀଶ୍ରୀ ମେଳାରେ ମୋଟ ୫ କୋଟି ୩୪ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ଓରମାସ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ, ଉଦ୍ୟାନ ବିଭାଗର ଉପନିର୍ଦେଶକ ଆମ୍ୱର ଲଗୁନ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକ, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଯୋଗଦେଇଥିଲେ।