ପାଳଲହଡ଼ାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ, ୧୧୫ଟି ପ୍ରକଳ୍ପ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ୩୦ ତମ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୧୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପାଳଲହଡା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାର ଉଦଘାଟନ କରିଥିଲେ। ନିଜିଗଡ଼ ସରପଞ୍ଚ ଶଶୀଭୂଷଣ ଆଚାର୍ଯ୍ୟ, ସମିତି ସଭ୍ୟ ଗୌରୀ ହାଇବ୍ରୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିବାବେଳେ ବ୍ଲକ ବିଜ୍ଞାନ ସଂଯୋଜକ ଅକ୍ଷୟ କୁମାର ପ୍ରଧାନ, […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ୩୦ ତମ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୧୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ପାଳଲହଡା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାର ଉଦଘାଟନ କରିଥିଲେ। ନିଜିଗଡ଼ ସରପଞ୍ଚ ଶଶୀଭୂଷଣ ଆଚାର୍ଯ୍ୟ, ସମିତି ସଭ୍ୟ ଗୌରୀ ହାଇବ୍ରୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିବାବେଳେ ବ୍ଲକ ବିଜ୍ଞାନ ସଂଯୋଜକ ଅକ୍ଷୟ କୁମାର ପ୍ରଧାନ, ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ପ୍ରଧାନ, ଏ ବି ଇ ଓ ବସନ୍ତ କୁମାର ଶାସନୀ, ତନ୍ମୟ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ବ୍ଲକ ଶିକ୍ଷା ଅଧିକାରୀ ପ୍ରିୟବ୍ରତ ମାଝୀ ସଭାପତିତ୍ଵ କରିଥିଲେ।ଉଦଯାପନୀ ସନ୍ଧ୍ୟାରେ ପାଳଲହଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାଡା ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।