ହ୍ୟୁମାନ ରାଇଟ ଫ୍ରଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ: ଲୋକଙ୍କୁ ଆମେ ନ୍ୟାୟ ଦେବୁ

ଅନୁଗୁଳ: ମାନବାଧିକାର ଅନୁଷ୍ଠାନ ଭାବେ ହ୍ୟୁମାନ ରାଇଟ ଫ୍ରଣ୍ଟ ରାଜ୍ୟରେ ଶତାଧିକ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରି ଆସିଛି।ଯେତେବେଳେ ଲୋକଙ୍କ ମୌଳିକ ଅଧିକାର ବାଧା ପ୍ରାପ୍ତ ହୋଇଚି ଏବଂ ଏହି ଘଟଣା ଆମ ଅନୁଷ୍ଠାନର ଦୃଷ୍ଟିକୁ ଆସିଛି ଆମେ ତତକ୍ଷଣାତ୍ ଏଥିନେଇ କାର୍ଯ୍ୟାନୁଷ୍ଠାନ ନେଇଛୁ।ସ୍ଥାନୀୟ ଧର୍ମଶାଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି ହ୍ୟୁମାନ ରାଇଟ ଫ୍ରଣ୍ଟର କର୍ମକର୍ତ୍ତା। ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଆଡଭୋକେଟ ରାଜୀବ ପଟନାୟକ,ଜିଲ୍ଲା ସଂଯୋଜକ ରଞ୍ଜନ […]

ହ୍ୟୁମାନ ରାଇଟ ଫ୍ରଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ: ଲୋକଙ୍କୁ ଆମେ ନ୍ୟାୟ ଦେବୁ
ଅନୁଗୁଳ: ମାନବାଧିକାର ଅନୁଷ୍ଠାନ ଭାବେ ହ୍ୟୁମାନ ରାଇଟ ଫ୍ରଣ୍ଟ ରାଜ୍ୟରେ ଶତାଧିକ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରି ଆସିଛି।ଯେତେବେଳେ ଲୋକଙ୍କ ମୌଳିକ ଅଧିକାର ବାଧା ପ୍ରାପ୍ତ ହୋଇଚି ଏବଂ ଏହି ଘଟଣା ଆମ ଅନୁଷ୍ଠାନର ଦୃଷ୍ଟିକୁ ଆସିଛି ଆମେ ତତକ୍ଷଣାତ୍ ଏଥିନେଇ କାର୍ଯ୍ୟାନୁଷ୍ଠାନ ନେଇଛୁ।ସ୍ଥାନୀୟ ଧର୍ମଶାଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି ହ୍ୟୁମାନ ରାଇଟ ଫ୍ରଣ୍ଟର କର୍ମକର୍ତ୍ତା। ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ରାଜ୍ୟ ସଂଯୋଜକ ଆଡଭୋକେଟ ରାଜୀବ ପଟନାୟକ,ଜିଲ୍ଲା ସଂଯୋଜକ ରଞ୍ଜନ ମିଶ୍ର,ଆଇନ ସଂଯୋଜକ ଶିବାଶିଷ କରଙ୍କ ସମେତ ପ୍ରହଲ୍ଲାଦ ରଥ,ମିଡ଼ିଆ ସଂଯୋଜକ ଶୁଭ୍ରାଂଶୁ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ସମ୍ମିଳନୀରେ ନିକଟ ଅତୀତରେ ଫ୍ରଣ୍ଟ ପକ୍ଷରୁ ନିଆଯାଇଥିବା କିଛି ପଦକ୍ଷେପ ସମ୍ପର୍କରେ କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିନତୀ କୁଡେଇଙ୍କ ଭୁଲ ଚିକିତ୍ସା ଯୋଗୁଁ କିଭଳି ମୃତ୍ୟୁ ଘଟିଥିଲା ଏବଂ ଏ ଘଟଣାରେ ତାଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ମିଳିବାର ଫ୍ରଣ୍ଟ ସହାୟତା କରିଥିଲା। ହାତୀ ଆକ୍ରମଣରେ ମୃତ ଆନନ୍ଦୀ ହାଣ୍ଡିଆରି ଙ୍କୁ ଉପଯୁକ୍ତ କ୍ଷତି ପୁରାଣ ଦେବାରେ ଫ୍ରଣ୍ଟ ଅନେକ ସହାୟତା କରିଥିଲା। ସେହିଭଳି ଦୁର୍ଯ୍ୟୋଧନ ବେହେରାଙ୍କ କରୋନା ସମୟରେ ଡାକ୍ତରଖାନାର ଅବହେଳାରୁ କିଭଳି ମୃତ୍ୟୁ ହେଲା ସେଥିନେଇ ମଧ୍ୟ ଫ୍ରଣ୍ଟ ଅନେକ ଚେଷ୍ଟା କରିଥିଲା। କହିବାକୁ ଗଲେ ଯେତେବେଳେ ଲୋକଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହେଉଛି ଏବଂ ତାହା ଆମ ଦୃଷ୍ଟିକୁ ଆସୁଛି ଆମେ ସେଥିନେଇ ତତ୍ପରତାର ସେ ମାମଲାକୁ ମାନବ ଅଧିକାର କମିଶନ ନିକଟରେ ପହଞ୍ଚାଇ ଉପଯୁକ୍ତ ସହାୟତା ପ୍ରଦାନ କରୁଛୁ। ସମାଜରେ ସାମ୍ବାଦିକଙ୍କ ଭୂମିକା ଅନେକ ଗୁରୁତ୍ଵପୂର୍ଣ୍ଣ ଏବଂ ମିଡ଼ିଆରୁ ଅନେକ ତଥ୍ୟ ହାସଲ କରି ଆମେ କାର୍ଯ୍ୟାନୁଷ୍ଠାନ ନେଇଛୁ ବୋଲି ସମ୍ମିଳନୀରେ ରାଜ୍ୟ ସଂଯୋଜକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। ବହୁ ଆଇନଜୀବି ଓ ସାମ୍ବାଦିକ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ।