୭ ଦିନ ହେଲାଣି ଗାଁ ଛାଡ଼ୁନି ଅସୁସ୍ଥ ଦନ୍ତା, ଚିକିତ୍ସା କରାଇ ଜଙ୍ଗଲ ପଠାଇବାକୁ ଗ୍ରାମବାସୀଙ୍କ ନିବେଦନ
ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳର ବଡ଼କନ୍ତକୁଳ ଗାଁ ମୁଣ୍ଡରେ ଗତ ୭ ଦିନ ହେବ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ବୁଲୁଛି। ଏଣୁ ତାର ଚିକିତ୍ସା କରିବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ନିବେଦନ କରିଛନ୍ତି। ଗାଁ ଲୋକଙ୍କ କହିବା କଥା ଗତ ୭ ଦିନରୁ ଅଧିକ ସମୟ ହେବ ଏକ ଦନ୍ତା ହାତୀ ଗାଁ ନିକଟରେ ଚଳପ୍ରଚଳ କରୁଛି। ଲୋକଙ୍କୁ ଦେଖିବା ମାତ୍ରେ ଗୋଡାଉଛି। ବଡ଼କନ୍ତକୁଳ ଗାଁ ନିକଟ ଖଳିଢ଼ିପସାହି […]
ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳର ବଡ଼କନ୍ତକୁଳ ଗାଁ ମୁଣ୍ଡରେ ଗତ ୭ ଦିନ ହେବ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ବୁଲୁଛି। ଏଣୁ ତାର ଚିକିତ୍ସା କରିବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ନିବେଦନ କରିଛନ୍ତି।
ଗାଁ ଲୋକଙ୍କ କହିବା କଥା ଗତ ୭ ଦିନରୁ ଅଧିକ ସମୟ ହେବ ଏକ ଦନ୍ତା ହାତୀ ଗାଁ ନିକଟରେ ଚଳପ୍ରଚଳ କରୁଛି। ଲୋକଙ୍କୁ ଦେଖିବା ମାତ୍ରେ ଗୋଡାଉଛି। ବଡ଼କନ୍ତକୁଳ ଗାଁ ନିକଟ ଖଳିଢ଼ିପସାହି ନିକଟରେ ଏହି ଦନ୍ତା ହାତୀ ଦିନ ଦୁଇ ପ୍ରହରରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବି ଆକ୍ରମଣ କରୁଛି। ହାତୀଟି କିଛି ଦିନ ହେବ ନିକଟସ୍ଥ ଏକ ପୋଖରୀରୁ ପଡିଆ ମଧ୍ୟରେ ଯାତାୟାତ କରୁଥିବା ବେଳେ ଜଙ୍ଗଲକୁ ବି ଯାଉନାହିଁ। ହାତୀଟି ଅସୁସ୍ଥ ଥିବା କାରଣରୁ ଗାଁ ପାଖ ଛାଡୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଣୁ ହାତୀଟିକୁ ଯଥା ଶୀଘ୍ର ଚିକିତ୍ସା କରିବା ସହ କିପରି ଜଙ୍ଗଲ ମଧ୍ୟକୁ ଯିବ ସେ ନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ନିବେଦନ କରିଛନ୍ତି।
ତେବେ ଏ ନେଇ ବନ୍ତଳା ବନାଞ୍ଚଳ ଦାୟିତ୍ୱରେ ଥିବା ରେଞ୍ଜର ନୀଳାଦ୍ରିନାଥ ସାହୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।