ନାବାଳିକାକୁ ଘରେ ପଶି ଅସଦାଚରଣ ମାମଲା: ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କମ୍ ସ୍ପେଶାଲ କୋର୍ଟ ପୋକ୍‌ସୋ ସୌମ୍ୟା ଶୁଭଦର୍ଶିନୀ। ଜରିମାନା ଅନାଦେୟ ୨ ମାସ ଜେଲଦଣ୍ଡ ଦେଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ବଡଝର ଗାଁର ଗତ ୨୦୨୦ ମସିହା ନଭେମ୍ବର ୨ ତାରିଖରେ ମଧୁ ନାୟକ (୩୪) ଜଣେ ୧୨ […]

ନାବାଳିକାକୁ ଘରେ ପଶି ଅସଦାଚରଣ ମାମଲା: ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ
ଅନୁଗୁଳ: ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କମ୍ ସ୍ପେଶାଲ କୋର୍ଟ ପୋକ୍‌ସୋ ସୌମ୍ୟା ଶୁଭଦର୍ଶିନୀ। ଜରିମାନା ଅନାଦେୟ ୨ ମାସ ଜେଲଦଣ୍ଡ ଦେଇଛନ୍ତି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ବଡଝର ଗାଁର ଗତ ୨୦୨୦ ମସିହା ନଭେମ୍ବର ୨ ତାରିଖରେ ମଧୁ ନାୟକ (୩୪) ଜଣେ ୧୨ ବର୍ଷର ନାବାଳିକାକୁ କେହି ନ ଥିବା ବେଳେ ଘରେ ପଶି ଅସଦାଚରଣ କରିଥିଲା। ଏନେଇ ୨ ଦିନ ପରେ ପୀଡ଼ିତାର ମା’ ବାପା ଆସିବା ପରେ ଜାଣିବାକୁ ପାଇଥିଲେ। ସେମାନେ ଗତ ୨୦୨୦ ମସିହା ନଭେମ୍ବର ୪ ତାରିଖରେ ପାଳଲହଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଉକ୍ତ ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ବିଚାରପତି ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସରୋଜ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ।