ବିଶ୍ବ ନିମୋନିଆ ଦିବସ ପାଳିତ: ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ନିମୋନିଆ ଦିବସ ପାଳିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଶିବାନନ୍ଦ ମହାନ୍ତି ଅଧ୍ୟକ୍ଷତା କରି ବିଶ୍ବ ନିମୋନିଆ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ।ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର ନିମୋନିଆ ଏକ ଗୁରୁତର ରୋଗ ଏବଂ ଦେଶରେ ୫ ବର୍ଷରୁ କମ୍ ବୟସର ଶିଶୁ […]

ବିଶ୍ବ ନିମୋନିଆ ଦିବସ ପାଳିତ: ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ବ ନିମୋନିଆ ଦିବସ ପାଳିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଶିବାନନ୍ଦ ମହାନ୍ତି ଅଧ୍ୟକ୍ଷତା କରି ବିଶ୍ବ ନିମୋନିଆ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ।ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର ନିମୋନିଆ ଏକ ଗୁରୁତର ରୋଗ ଏବଂ ଦେଶରେ ୫ ବର୍ଷରୁ କମ୍ ବୟସର ଶିଶୁ ମୃତ୍ୟୁର ଏହା ମୁଖ୍ୟ କାରଣ ବୋଲି କହିଥିଲେ। ନିମୋନିଆର ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ସ୍ବାସ୍ଥ୍ୟକର୍ମୀ କିମ୍ବା ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ସେ ପରାମର୍ଶ ମଧ୍ୟ ଦେଇଥିଲେ। ବୈଠକରେ ଡା.ନନ୍ଦ କିଶୋର ସାହୁ (ଶିଶୁ ରୋଗ ବିଶେଷଜ୍ଞ), ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ବିଶ୍ବ ବିହାରୀ ମହାନ୍ତି, ଡା.ରଞ୍ଜନ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ମହାନ୍ତ, ଜିଲ୍ଲା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ସୂର୍ଯ୍ୟ ପ୍ରତାପ ମାନସିଂହଙ୍କ ସମେତ ଆଶା, ନର୍ସିଂ ଅଫିସର, ପାରା ମେଡିକାଲ ଷ୍ଟାଫ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ସଂଚାଳନ କରିଥିଲେ।