ଅନୁଗୁଳ ରୋଟାରୀ କ୍ଲବର ୫୧ ତମ ଅଧିଷ୍ଠାନ ଦିବସ ପାଳିତ

ଅନୁଗୁଳ: ଅନୁଗୁଳସ୍ଥିତ ରୋଟାରୀ କ୍ଲବର ୫୧ ତମ ଅଧିଷ୍ଠାନ ଦିବସ ଗତ ରବିବାର ରୋଟାରୀ ପବ୍ଲିକ ସ୍କୁଲର ସଭା ଗୃହରେ ଆୟୋଜିତ ହୋଇଛି। ଡିଜି ୨୦୨୫-୨୬, ଆର୍ ଆଇ ଡିଷ୍ଟ୍ରିକ୍ଟ -୩୨୬୨ ରୋଟାରିଆନ୍ ମନୋଜ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ଲବର ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇବା ସହ ଆନୁଷ୍ଠାନିକ ଭାବରେ ସଭାପତି ନିର୍ମଳ କୁମାର ମିଶ୍ର ଏବଂ ସମ୍ପାଦକ ସୁଜିତ୍ ସାହୁଙ୍କ ଠାରୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। କ୍ଲବର ନୂତନ […]

ଅନୁଗୁଳ ରୋଟାରୀ କ୍ଲବର ୫୧ ତମ ଅଧିଷ୍ଠାନ ଦିବସ ପାଳିତ
ଅନୁଗୁଳ: ଅନୁଗୁଳସ୍ଥିତ ରୋଟାରୀ କ୍ଲବର ୫୧ ତମ ଅଧିଷ୍ଠାନ ଦିବସ ଗତ ରବିବାର ରୋଟାରୀ ପବ୍ଲିକ ସ୍କୁଲର ସଭା ଗୃହରେ ଆୟୋଜିତ ହୋଇଛି। ଡିଜି ୨୦୨୫-୨୬, ଆର୍ ଆଇ ଡିଷ୍ଟ୍ରିକ୍ଟ -୩୨୬୨ ରୋଟାରିଆନ୍ ମନୋଜ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ଲବର ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇବା ସହ ଆନୁଷ୍ଠାନିକ ଭାବରେ ସଭାପତି ନିର୍ମଳ କୁମାର ମିଶ୍ର ଏବଂ ସମ୍ପାଦକ ସୁଜିତ୍ ସାହୁଙ୍କ ଠାରୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। କ୍ଲବର ନୂତନ ସଭାପତି ଭାବରେ ରୋଟାରିଆନ୍ ସରୋଜ କୁମାର ସାହୁ, ସମ୍ପାଦକ ସାଇଲେନ୍ ମିଶ୍ର, ଉପସଭାପତି ଉଲ୍ଲାସ ଚଂପତ୍ତି ରାୟ, ଯୁଗ୍ମ ସମ୍ପାଦିକା ଦିଲ୍ଲୀପ ସାହୁ, କୋଷାଧ୍ୟକ୍ଷ ନିଖିଲ ରଞ୍ଜନ ମିଶ୍ର, ଡାଇରେକ୍ଟର ଆଡମିନ ଚିଦାନନ୍ଦ ମିଶ୍ର, ମେମ୍ୱରସିପ୍ ଜି. କେ. ସିଂହ, ସର୍ଭିସ ପ୍ରୋଜେକ୍ଟ ଶକ୍ତି ସମ୍ବିତ ଗଡ଼ନାୟକ, ପବ୍ଲିକ ରିଲେସନ ସତ୍ୟବ୍ରତ ସ୍ୱାଇଁ, ଫାଉଣ୍ଡେସନ ଡ. ଡି. କେ. ସିଂହ, ସର୍ଜେଣ୍ଟ ଆଟ ଆର୍ମସ୍ ଜେ. ଏନ୍. ମିଶ୍ର, କ୍ଲବ ଟ୍ରେନର ସୁଧିନ୍ଦ୍ର ମୋହନ ଜେନା ପ୍ରମୁଖ ଶପଥ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମୁତିଲତା ମିଶ୍ର, କମଲ ଅଗ୍ରୱାଲ, ପ୍ରଫେସର ଶାନ୍ତନୁ ସର୍, ଆଡଭୋକେଟ ଭବାନୀ ମିଶ୍ର, ରୋଟାରୀ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ୯ ଜଣଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ରୋଟାରୀ ପବ୍ଲିକ ସ୍କୁଲର ୨୦୨୪ ସିବିଏସଇ ବୋର୍ଡ ପରୀକ୍ଷାରେ ୯୫%ରୁ ଅଧିକ ମାର୍କ ରଖିଥିବା ୦୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଆଡଭୋକେଟ୍ ପ୍ରଭାତ ଦାଶଙ୍କୁ ମାନପତ୍ର ଏବଂ ଉତ୍ତରୀୟ ଦେଇ ସ୍ଵତନ୍ତ୍ର ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରିଆନ୍ ସୁଧିନ୍ଦ୍ର ମୋହନ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ବିଦାୟୀ ସମ୍ପାଦକ ଉଲ୍ଲାସ ଚମ୍ପତିରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।