ଓ.ଏସ୍.ଏସ୍.ଏସ୍.ସି. ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିକୁ ଡିୱାଇଓର ବିରୋଧ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଅଫଲାଇନ ପରୀକ୍ଷା ପାଇଁ ଦାବି

ଅନୁଗୁଳ: ଓଡ଼ିଶା ସବ୍ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓ.ଏସ୍.ଏସ୍.ଏସ୍.ସି) ଦ୍ୱାରା ପରିଚାଳିତ ଆର୍.ଆଇ, ଏ.ଆର୍.ଆଇ, ଆଇ.ସି.ଡି.ଏସ୍. ସୁପରଭାଇଜର ଓ ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତାକୁ ଦୃଢ଼ ନିନ୍ଦା କରିଛି ଏ.ଆଇ.ଡି.ୱାଇ.ଓ. ଓଡ଼ିଶା ରାଜ୍ୟ କମିଟି। କମିଟି କହିଛି ଯେ ଓ.ଏସ୍.ଏସ୍.ଏସ୍.ସି ଆଶାୟୀ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳୁଛି। ଏଣୁ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ଦାବି କରିଛି। ବିଶେଷ କରି ଅନଲାଇନ ପରୀକ୍ଷା ପରିଚାଳନା ଓ ପରିଚାଳନାକାରୀ ସଂସ୍ଥାର ଦୁର୍ନୀତି ଯୋଗୁଁ […]

ଓ.ଏସ୍.ଏସ୍.ଏସ୍.ସି. ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିକୁ ଡିୱାଇଓର ବିରୋଧ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଅଫଲାଇନ ପରୀକ୍ଷା ପାଇଁ ଦାବି
ଅନୁଗୁଳ: ଓଡ଼ିଶା ସବ୍ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓ.ଏସ୍.ଏସ୍.ଏସ୍.ସି) ଦ୍ୱାରା ପରିଚାଳିତ ଆର୍.ଆଇ, ଏ.ଆର୍.ଆଇ, ଆଇ.ସି.ଡି.ଏସ୍. ସୁପରଭାଇଜର ଓ ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତାକୁ ଦୃଢ଼ ନିନ୍ଦା କରିଛି ଏ.ଆଇ.ଡି.ୱାଇ.ଓ. ଓଡ଼ିଶା ରାଜ୍ୟ କମିଟି। କମିଟି କହିଛି ଯେ ଓ.ଏସ୍.ଏସ୍.ଏସ୍.ସି ଆଶାୟୀ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳୁଛି। ଏଣୁ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ଦାବି କରିଛି। ବିଶେଷ କରି ଅନଲାଇନ ପରୀକ୍ଷା ପରିଚାଳନା ଓ ପରିଚାଳନାକାରୀ ସଂସ୍ଥାର ଦୁର୍ନୀତି ଯୋଗୁଁ ବହୁ ମେଧାବୀ ପରୀକ୍ଷାର୍ଥୀ ହଇରାଣ ହରକତ ହୋଇ ହତାଶ ହୋଇପଡ଼ୁଛନ୍ତି।ଏଥିସହ ସାଇବର କାଫେ, କଲ୍ୟାଣ ମଣ୍ଡପ ଆଦିରେ ପରୀକ୍ଷା ପରିଚାଳନା ଓ ନାନାଧରଣର ଅନିୟମିତତା କଥା ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏଣୁ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଫଲାଇନରେ ପରୀକ୍ଷା ପରିଚାଳନା କରାଯିବା ସହ ଅନିୟମିତତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଡି.ୱାଇ.ଓ. ରାଜ୍ୟ ସଭାପତି ମାନସ ପାଳ ଓ ସମ୍ପାଦକ କେଦାରନାଥ ସାହୁ ପ୍ରେସ୍ ବିବୃତି ମାଧ୍ୟମରେ ଦାବି କରିଛନ୍ତି।