କଣିହାଁରେ ଯୀଶୁଙ୍କ ତୃତୀୟ ବାର୍ଷିକ ଅନୁଗ୍ରହ ଉତ୍ସବ
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକସ୍ଥିତ ପୁରୁଣା ହାଟପଡିଆ ଗାନ୍ଧୀ ଛକରେ ଚଳିତ ମାସ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଯୀଶୁ ଖ୍ରୀଷ୍ଟଙ୍କ ତୃତୀୟ ଅନୁଗ୍ରହ ମହୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜାମସେଦପୁରର ଯୀଶୁଙ୍କ ମହିମା ଗାନ ପ୍ରଚାରକ ଆଚାର୍ଯ୍ୟ ଜିତୁ ଲିମା ଯୋଗ ଦେଇଥିଲେ। ଏହି ଆୟୋଜିତ କାର୍ଯ୍ଯକ୍ରମରେ ବିଭିନ୍ନ ପ୍ରାନ୍ତରୁ ୨୦ ରୁ ଉର୍ଦ୍ଧ୍ବ ଯୀଶୁ ଖ୍ରୀଷ୍ଟଙ୍କ ନେତୃତ୍ୱ ମଣ୍ଡଳୀର ଶତାଧିକ ପୁରୁଷ,ମହିଳା ଯୋଗ ଦେଇଥିଲେ। ଏଥିରେ […]
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକସ୍ଥିତ ପୁରୁଣା ହାଟପଡିଆ ଗାନ୍ଧୀ ଛକରେ ଚଳିତ ମାସ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଯୀଶୁ ଖ୍ରୀଷ୍ଟଙ୍କ ତୃତୀୟ ଅନୁଗ୍ରହ ମହୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜାମସେଦପୁରର ଯୀଶୁଙ୍କ ମହିମା ଗାନ ପ୍ରଚାରକ ଆଚାର୍ଯ୍ୟ ଜିତୁ ଲିମା ଯୋଗ ଦେଇଥିଲେ। ଏହି ଆୟୋଜିତ କାର୍ଯ୍ଯକ୍ରମରେ ବିଭିନ୍ନ ପ୍ରାନ୍ତରୁ ୨୦ ରୁ ଉର୍ଦ୍ଧ୍ବ ଯୀଶୁ ଖ୍ରୀଷ୍ଟଙ୍କ ନେତୃତ୍ୱ ମଣ୍ଡଳୀର ଶତାଧିକ ପୁରୁଷ,ମହିଳା ଯୋଗ ଦେଇଥିଲେ।
ଏଥିରେ ଅନ୍ୟତମ ଅତିଥିଭାବେ କଣିହାଁ ଗ୍ରାମର ସଭାପତି କଳାକାର ସାହୁ, କଣିହାଁ ଥାନା ଅଧିକାରୀ ମନୋଜ ପ୍ରଧାନ, ନାରୀନେତ୍ରୀ ଏସ ବେହେରା, ଆମ୍ବେଦକର ସ୍ମୁତି ପରିଷଦ କଣିହାଁ ର ସମ୍ପାଦକ କୁମୁଦ ବାନ୍ଧବ ନାଏକ, ସାମ୍ବାଦିକ ସୁଶୀଲ ନାଏକ, ମହେଶ୍ୱର ନାଏକ ଯୋଗ ଦେଇଥିଲେ।
ସେହିପରି କଣିହାଁ ଅଞ୍ଚଳର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଶ୍ୱାସୀ ସୁବର୍ଣ୍ଣ ନାଏକ, ବିଶ୍ୱନାଥ ନାଏକ, ଉମାକାନ୍ତ ବେହେରା, ରୋହିତ ପାତ୍ର, ସୁବଳ ନାଏକ, ସଞ୍ଜୟ ନାଏକ, ତ୍ରିପୁର ନାଏକ, ବିଶ୍ୱରଂଜନ ପିଟର, ନିରାକାର ନାଏକ, ପ୍ରକାଶ ନାଏକ, ଘନଶ୍ୟାମ ହସଡ଼ା,ରଂଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।