କୈରାଝୁଲି ବିଦ୍ୟାଳୟରେ ଉଭୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

*କୈରାଝୁଲି ବିଦ୍ୟାଳୟରେ ଉଭୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା* ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୈରାଝୁଲି ବିଦ୍ୟାଳୟଠାରେ କୁମାରକେଳି ବିଦ୍ୟାଳୟ ଏବଂ କୈରାଝୁଲି ବିଦ୍ୟାଳୟ ତରଫରୁ ମିଳିତ ଭାବରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ପରିବାର ରେ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଲୁହା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆଲୋକ କୁମାର ପଧାନ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏହି ଖୁସି ଅବସରରେ ଉଭୟ ବିଦ୍ୟାଳୟ ର ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ସମେତ କୈରାଝୁଲି ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ କମିଟି ର ସମସ୍ତ ସଦସ୍ୟ/ସଦସ୍ୟା, ଉଭୟ ଜାଲୋଏ ଓ କୁମାରକେଳି ର କେନ୍ଦ୍ର ସଂଯୋଜକ/ସଂଯୋଜିକା ଏବଂ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷା ପରିବାର ର ଉଭୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁକେଶ ଭୋଇ ଓ ଶ୍ରୀଯୁକ୍ତ ଯୋଗେଶ୍ୱର ଦାଶ ଯୋଗଦାନ କରିଥିଲେ। ଏପରିକି ଶିକ୍ଷକ ସଙ୍ଘ ସଭାପତି ଶ୍ରୀଯୁକ୍ତ ଦୋଳ ଗୋବିନ୍ଦ ପଣ୍ଡା ମଧ୍ୟ ଯୋଗଦେଇ ଯୋଗ ଦେଇଥିଲେ। ଉଭୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୈକ୍ଷିକ ବିକାଶ ନିମନ୍ତେ ନିଜ ନିଜର ଲକ୍ଷ୍ୟ, ଦୂରଦୃଷ୍ଟି ଓ ନିସ୍ଵାର୍ଥପର ସେବା କରିବାକୁ ସମସ୍ତଙ୍କୁ ମିଳିତ ଭାବରେ ଆହ୍ୱାନ ଦେଇଥିଲେ। ଉଭୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜଣଙ୍କ ପ୍ରତି ଆଉ ଜଣଙ୍କ ସମ୍ମାନ ପ୍ରଦର୍ଶନ ବେଶ ଭାବ ପ୍ରବଣ କରିଥିଲା ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ। ଉଭୟଙ୍କ ମଧ୍ୟରେ କେତେ ନିବିଡ ସମ୍ପର୍କ ଅଛି ସମସ୍ତେ ଅନୁଭବ କରିଥିଲେ। କେମିତି ସମ୍ପର୍କ ନିବିଡ ନ ହୁଅନ୍ତା ଯେ, ଉଭୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକା ସାଙ୍ଗରେ ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକତା, ଏକା ସାଙ୍ଗରେ ଉଭୟେ ଅର୍ଥନୈତିକ ବିଭାଗ ର ଛାତ୍ର ଏମିତି ଅନେକ ସାମଞ୍ଜସ୍ୟ ରହିଛି ଉଭୟଙ୍କ ମଧ୍ୟରେ। ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉଭୟଙ୍କ ମଧ୍ୟରେ ଭାଇ ଭାଇର ସ୍ନେହ ଶ୍ରଦ୍ଧା ଆଉ ନିବିଡ଼ ପାରିବାରିକ ସମ୍ପର୍କ। ତେଣୁ ଏହି କାର୍ଯ୍ୟକ୍ରମଟି ସବୁଠୁ ଥିଲା ବେଶ ନିଆରା।ଏହି କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟା କଠିନ ପରିଶ୍ରମ ଏବଂ ପୂର୍ଣ୍ଣ ସହଯୋଗ କରିଥିଲେ। ସୁବର୍ଣ୍ଣପୁର ରୁ ଗଙ୍ଗାଧର ଜାଲ ଙ୍କ ରିପୋର୍ଟ dreams rider news.

କୈରାଝୁଲି ବିଦ୍ୟାଳୟରେ ଉଭୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା