*ଜୟ ମହାକାଳ ଫାଉଣ୍ଡେସନକୁ ସମ୍ବର୍ଦ୍ଧନା*
(ଯାଜପୁର) ଯାଜପୁର ରୋଡ଼ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ, ଓଡ଼ିଶାକୁ ସମ୍ବର୍ଦ୍ଧିତ କରାଯାଇଛି । ରକ୍ତଦାତା ଜୀବନଦାତା ପରିବାର, କ୍ଲବ୍ ଦ ୟୁଥମାସ୍ ଏବଂ ଭିସା ଷ୍ଟିଲ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ଜୟ ମହାକାଳ ଫାଉଣ୍ଡେସନ ଓଡ଼ିଶାକୁ ଏହି ସମ୍ମାନିତ କରାଯାଇଅଛି । ସମାଜର ବିଭିନ୍ନ ସେବା କାର୍ଯ୍ୟ କରିବା ସହ ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଶାର କୋଣ ଅନୁକୋଣରେ ଥିବା ରୋଗୀଙ୍କର ଆବଶ୍ୟକତା ସମୟରେ ରକ୍ତ ଅଭାବ ଦୂର କରିବାରେ ସର୍ବଦା କାର୍ଯ୍ୟରତ ଥିବା ଜୟ ମହାକାଳ ଫାଉଣ୍ଡେସନର ସମାଜ ପ୍ରତି ଥିବା ଅବଦାନକୁ ସମ୍ମାନ ଜଣାଇ ଫାଉଣ୍ଡେସନକୁ ସମ୍ବର୍ଦ୍ଧିତ କରାଯାଇଛି। ତେବେ ଏହି ସମ୍ବର୍ଦ୍ଧନା ଜୟ ମହାକାଳ ଫାଉଣ୍ଡେସନ ପରିବାରକୁ ଆହୁରି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଫାଉଣ୍ଡେସନର ସଦସ୍ୟମାନେ ମତବ୍ୟକ୍ତ କରିଛନ୍ତି । ଫାଉଣ୍ଡେସନ ତରଫରୁ ସଭାପତି ମନୋଜ କୁମାର ଦାସ୍, ଲୋକନାଥ ସେନାପତି, ଅରବିନ୍ଦ ସାହୁ, ଦେବରାଜ ପ୍ରମୁଖ ଯୋଗ ଦେଇଥିଲେ । ସମାଜର ମଙ୍ଗଳ ପାଇଁ ଆଗକୁ ଆହୁରି ଅନେକ କାର୍ଯ୍ୟ କରିବାର ଅଛି ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । ଆୟୋଜକ ସଦସ୍ୟ ରାଜେଶ କୁମାର ରାଉତ କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ଵ ତୁଲାଇଥିଲେ।