ଝିଅ ବାହାଘର ବାହାନା କରି ଠକେଇ! ଏକାଧିକ ମହିଳାଙ୍କଠୁ ଟଙ୍କା ନେଇ ଠକ ମହିଳା ଫେରାର

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହାଟ ଛକ ଅଞ୍ଚଳ ତଥା ୧୧ ନମ୍ବର ୱାର୍ଡରେ ରହୁଥିବା କିଛି ମହିଳାଙ୍କ ଠାରୁ ସେହି ଅଞ୍ଚଳର ଜଣେ ମହିଳା ଟଙ୍କା ନେଇ ନ ସୁଝିବାରୁ ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ମହିଳା ହାଟ ଛକ ଅଞ୍ଚଳର ଲିପି ନାଏକଙ୍କ ଠାରୁ ୬୦ ହଜାର, ଆରତି ନାଏକ ଠାରୁ ୪୦ ହଜାର, ସୁମିତ୍ରା ପ୍ରଧାନ ଠାରୁ ୬୦ ହଜାର, ଭାଗ୍ୟବତୀ ପ୍ରଧାନଙ୍କ ଠାରୁ ୧୨ ହଜାର, କାବେରୀ ପ୍ରଧାନଙ୍କ […]

ଝିଅ ବାହାଘର ବାହାନା କରି ଠକେଇ! ଏକାଧିକ ମହିଳାଙ୍କଠୁ ଟଙ୍କା ନେଇ ଠକ ମହିଳା ଫେରାର
ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହାଟ ଛକ ଅଞ୍ଚଳ ତଥା ୧୧ ନମ୍ବର ୱାର୍ଡରେ ରହୁଥିବା କିଛି ମହିଳାଙ୍କ ଠାରୁ ସେହି ଅଞ୍ଚଳର ଜଣେ ମହିଳା ଟଙ୍କା ନେଇ ନ ସୁଝିବାରୁ ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ଉକ୍ତ ମହିଳା ହାଟ ଛକ ଅଞ୍ଚଳର ଲିପି ନାଏକଙ୍କ ଠାରୁ ୬୦ ହଜାର, ଆରତି ନାଏକ ଠାରୁ ୪୦ ହଜାର, ସୁମିତ୍ରା ପ୍ରଧାନ ଠାରୁ ୬୦ ହଜାର, ଭାଗ୍ୟବତୀ ପ୍ରଧାନଙ୍କ ଠାରୁ ୧୨ ହଜାର, କାବେରୀ ପ୍ରଧାନଙ୍କ ଠାରୁ ୬୫ ହଜାର, ସଂଯୁକ୍ତା ନାଏକଙ୍କଠାରୁ ୧୬ ହଜାର, ପୂଜା ପ୍ରଧାନଙ୍କଠାରୁ ୫୦ ହଜାର ଟଙ୍କା ନେଇଛନ୍ତି। ଉକ୍ତ ମହିଳା ଝିଅ ପାଠ ପଢା ଏବଂ ବାହା ଘର ପାଇଁ କରଜ କରି ଟଙ୍କା ନେଇଥିଲେ। ଆଉ ପ୍ରତି ମାସରେ ସୁଝିଦେବେ ବୋଲି କହିଥିଲେ। କିନ୍ତୁ ଟଙ୍କା ଫେରେଇବା ତ ଦୂରେ ଥାଉ ଏବେ ଧରାଛୁଆଁ ବି ଦେଉନାହାନ୍ତି। ଏଣୁ ବାଧ୍ୟ ହୋଇ ଠକାମିର ଶିକାର ହୋଇଥିବା ମହିଳା ଉକ୍ତ ମହିଳାଙ୍କ ନାଁରେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା କହିଛି।