ଡେଙ୍ଗୁ ନିରାକରଣ ସହ ସହରର ରାସ୍ତା ମରାମତି ଦାବି: ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ କାୟା ମେଲାଇବାରେ ଲାଗିଛି ଡେଙ୍ଗୁ। ଏହାର ନିରାକରଣ ଓ ରୋଗୀଙ୍କୁ ମାଗଣାରେ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଗ୍ରହଣ କରିବା ଏବଂ ସହରର ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ଅବସରରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବିକ୍ଷୋଭ ପୂର୍ବରୁ ସଂଗଠନର […]

ଡେଙ୍ଗୁ ନିରାକରଣ ସହ ସହରର ରାସ୍ତା ମରାମତି ଦାବି: ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ କାୟା ମେଲାଇବାରେ ଲାଗିଛି ଡେଙ୍ଗୁ। ଏହାର ନିରାକରଣ ଓ ରୋଗୀଙ୍କୁ ମାଗଣାରେ ଚିକିତ୍ସା ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଗ୍ରହଣ କରିବା ଏବଂ ସହରର ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏ ଅବସରରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବିକ୍ଷୋଭ ପୂର୍ବରୁ ସଂଗଠନର କର୍ମୀମାନେ ଅମଲାପଡା ଠାରୁ ଏକ ଶୋଭାଯାତ୍ରାରେ ବାହାରି ପୁରୁଣା ବସ୍‌ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚିଲେ। ସେଠାରେ ସଂଗଠନର ବରିଷ୍ଠ ସଭ୍ୟ ନବକିଶୋର ପ୍ରଧାନଙ୍କ ପରିସ୍ଫୁଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ରାଜ୍ୟ କମିଟି ସଭ୍ୟ ବ୍ରଜବନ୍ଧୁ ସାହୁଙ୍କ ସମେତ ସୁବାସ ପ୍ରଧାନ, ମାନସ ପାଳ, ସଞ୍ଜୟ ସାହୁ, ମନ୍ଦୋଦରୀ ରାଉଳ, ଜ୍ୟୋତ୍ସ୍ନା ସାମଲ, ଭରତ ନାଏକ, ଆଡଭୋକେଟ୍ ତରୁଣ ଦେହୁରୀ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ଜିଲ୍ଲାର ବିକଳ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭିଜ୍ଞ ଭେଷଜ ଡାକ୍ତର ନାହାନ୍ତି। ସେହିପରି ସହରସାରା ରାସ୍ତାଗୁଡିକରେ ଆଣ୍ଠୁଏ ଆଣ୍ଠୁଏ ଗର୍ଭ। ପାର୍ବଣ ପୂର୍ବରୁ ପ୍ରଶାସନ ସମସ୍ୟା ସମାଧାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ ନକଲେ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ସଂଗଠନ କହିଛି। ବିକ୍ଷୋଭରେ ମଳୟ ବେହେରା, ନିରଞ୍ଜନ ନାୟକ, ସରୋଜିନୀ ବେହେରା, ନାରାୟଣ ନାୟକ, ଆଶିଷ ସାହୁ, ହେମନ୍ତ ଦାସ ପ୍ରମୁଖ ସାମିଲ ଥିଲେ।