ଦୁଇ ଦିନ ହେଲା ଧାରଣା ରେ ବସିଛନ୍ତି ଚାଷୀ, ପ୍ରଶାସନ ର ନିଦ ଭାଙ୍ଗୁନି !

ଦୁଇ ଦିନ ହେଲା ଧାରଣା ରେ ବସିଛନ୍ତି ଚାଷୀ, ପ୍ରଶାସନ ର ନିଦ ଭାଙ୍ଗୁନି ! କାହା ସ୍ବାର୍ଥ ରେ ସରକାର୍ ? ଚାଷୀ ମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନ ନୀରବ କାହିଁକି ? ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିକ୍ରିଡ଼ା ପଞ୍ଚାୟତ ରେ ଧାନ ମଣ୍ଡି ବିଳମ୍ବ ସହ ମିଲର୍ ପରିବର୍ତ୍ତନ ନେଇ ଚାଲିଥିବା ଗଣ ଧାରଣା ଆଜି ଦ୍ଵିତୀୟ ଦିନରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ସମବାୟ ସମିତି କର୍ମଚାରୀ କେହି କର୍ଣ୍ଣପାତ କରୁନାହାନ୍ତି । ଚାଷୀ ମାନେ ନିଜ ଅମଳ କରିଥିବା ଧାନକୁ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଗଣଧାରଣା ପରି ଏକ ବଡ ପଦକ୍ଷେପ ନେଇଛନ୍ତି । ମନ୍ତ୍ରୀ କହିଛନ୍ତି କଟନି ଛଟନି ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ କିନ୍ତୁ ଖୁଲମ୍ ଖୋଲା ଭାବରେ ଦିନ ଦ୍ୱିପ୍ରହରରେ ୮ କେଜି ରୁ ୧୦ କେଜି ପର୍ଯ୍ୟନ୍ତ ସାରା ରାଜ୍ୟରେ କଟା ଯାଉଛି ଚାଷୀ ଧାନ । ସରକାର ଏହି ମୌଳିକ ସମସ୍ୟା ର ସମାଧାନ ପାଇଁ ବ୍ୟବସ୍ଥା ପରିବର୍ତ୍ତନ କରିବା ସହ ଚାଷୀ ମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନ ଆଗେଇ ଆସିବା ପାଇଁ ଦାବି ଜୋର୍ ହେଉଛି । ନୟାଗଡ଼ ରୁ Senior Editor ସଞ୍ଜୟ ଦତ୍ତ ଆଚାର୍ଯ୍ୟ ଙ୍କ ରିପୋର୍ଟ୍ Dreams Rider News

ଦୁଇ ଦିନ ହେଲା ଧାରଣା ରେ ବସିଛନ୍ତି ଚାଷୀ, ପ୍ରଶାସନ ର ନିଦ ଭାଙ୍ଗୁନି !