ନୂଆଗାଁ ମହୋତ୍ସବ ଭଣ୍ଡୁର କରିବା ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କଲେ ନୂଆଗାଁ ଅଞ୍ଚଳବାସୀ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରେ ପଞ୍ଚୁପାଣ୍ଡବ ମହୋତ୍ସବ ଗତ ମାସରେ ସମାପ୍ତ ହେବାପରେ ଏହାକୁ ବିଜେଡି ଦଳର ଦର୍ଶାଇ ବର୍ତ୍ତମାନ ବିଜେପି ଦଳ କର୍ମୀ ମାନଙ୍କ ସମର୍ଥିତ କନ୍ଧମାଳ ସାଂସଦ ଙ୍କ ତତ୍ତ୍ୱାବଧାନରେ ଆୟୋଜନ ହେବାକୁ ଯାଉଛି ନୂଆଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା - ୨୦୨୫ । ଚଳିତ ମାର୍ଚ୍ଚ ମାସ ୬,୭ ଓ ୮ ତାରିଖରେ ତିନି ଦିନ ଧରି ଆୟୋଜିତ ହେବାକୁ ଯାଉଥିବା ନୂଆଗାଁ ମହୋତ୍ସବ ନୂଆଗାଁ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ରେ ହେବାକୁ ଯାଉଥିବା ବେଳେ ପଡ଼ିଆଟି ନୂଆଗାଁ ଯୁକ୍ତ ଦୁଇ କଲେଜ୍ ସାମ୍ନାରେ ଅବସ୍ଥିତ । ଚଳିତ ମାସରେ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିଛି ଏଥିପାଇଁ ଏହି ସମୟରେ କଲେଜ୍ ସାମ୍ନାରେ ମହୋତ୍ସବ କରିଲେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢାରେ ବ୍ୟାଘାତ ଘଟିବାର ଆଶଙ୍କା କରି ନୂଆଗାଁ ଅଞ୍ଚଳର କିଛି ଜନ ସାଧାରଣ ଏକ ଦାବିପତ୍ର ନୟାଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହାପରେ ଅଞ୍ଚଳରେ ଏକ ପ୍ରକାର ଗୁଜବ ସୃଷ୍ଟି ହେଉଛି ସ୍ଥାନ ପରିବର୍ତ୍ତନ ହୋଇପାରେ କିମ୍ବା ତାରିଖ ପରିବର୍ତ୍ତନ ହେବା ନେଇ କଳ୍ପନା ଜଳ୍ପନା ଚାଲୁ ରହିଛି । ଏ ନେଇ କୌଣସି କାର୍ଯ୍ୟନୁଷ୍ଠାନ ଜିଲ୍ଲାପାଳ ଗ୍ରହଣ କରିବେ ଅଥବା ନୂଆଗାଁ ମହୋତ୍ସବ ନିର୍ଦ୍ଧାରିତ ସମୟରେ ହେବ ସେ ନେଇ ଜନତା ଦ୍ବନ୍ଦରେ ଅଛନ୍ତି । ନୟାଗଡ଼ ରୁ Senior Editor ସଞ୍ଜୟ ଦତ୍ତ ଆଚାର୍ଯ୍ୟ ଙ୍କ ରିପୋର୍ଟ୍ Dreams Rider News

ନୂଆଗାଁ ମହୋତ୍ସବ ଭଣ୍ଡୁର କରିବା ପାଇଁ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପତ୍ର ପ୍ରଦାନ କଲେ ନୂଆଗାଁ ଅଞ୍ଚଳବାସୀ