ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଉନ୍ମୋଚିତ

ଅନୁଗୁଳ: ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଆଜି ଉନ୍ମୋଚିତ ହୋଇଛି। ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ସାରସ୍ୱତ ସାହିତ୍ୟ ସମାରୋହ ତଥା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଅନୁଗୁଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସାହିତ୍ୟ ସଂସଦର ସଭାପତି ପ୍ରଫେସର କୁମୁଦ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ […]

ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଉନ୍ମୋଚିତ
ଅନୁଗୁଳ: ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଆଜି ଉନ୍ମୋଚିତ ହୋଇଛି। ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ସାରସ୍ୱତ ସାହିତ୍ୟ ସମାରୋହ ତଥା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଅନୁଗୁଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସାହିତ୍ୟ ସଂସଦର ସଭାପତି ପ୍ରଫେସର କୁମୁଦ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲ, ମୁଖ୍ୟବକ୍ତା ଭାବେ ବାଗ୍ମୀ ଶାନ୍ତନୁ କୁମାର ସର ଏବଂ ସମ୍ମାନିତ ଅତିଥି ଭାବେ କବି ଡଃ ଇନ୍ଦିରା ଦାଶ ଓ ସାହିତ୍ୟ ସଂସଦ ସଂପାଦକ ରାଧାକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ” ଅନୁଗୋଳର ଲୋକକଥା” ପୁସ୍ତକକୁ ଉନ୍ମୋଚିତ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡଃ ବନମାଳୀ ବାଗ ସଂଚାଳନ କରିଥିଲେ। କଟକର ଫ୍ରେଣ୍ଡ ପବ୍ଲିଶର ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଅନୁଗୁଳ ଜିଲ୍ଲାର କୋଡିଏଟି ଲୋକକଥା ସ୍ଥାନ ପାଇଛି। ପୁସ୍ତକଟି ଜିଲ୍ଲାର ଅନେକ ଅନାଲୋଚିତ ତଥ୍ୟ ସାମ୍ନାକୁ ଆଣିପାରିଛି। ପ୍ରକାଶ ଥାଉକି ଶ୍ରୀ ପୃଷ୍ଟିଙ୍କ ପୂର୍ବରୁ ଅନୁଗୁଳର ଦର୍ଶନୀୟ ସ୍ଥାନ, ଆଠମଲ୍ଲିକର କଥା ଓ କାହାଣୀ ସମେତ ୩୦ରୁ ଅଧିକ ପୁସ୍ତକ ପ୍ରକାଶ ପାଇ ବିଶେଷ ପାଠକୀୟ ଆଦୃତି ଲାଭ କରିପାରିଛି