ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ
ଅନୁଗୁଳ: ଆସନ୍ତା ୨୬ ତାରିଖରେ ଅନୁଗୁଳ ଷ୍ଟାଡିୟମରେ ଅନୁଗୁଳ ଜିଲ୍ଲା ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍ଘାଟନ ପାଇଁ ଅନୁଗୁଳ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାର ଆନୁଷ୍ଠାନିକ ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆମନ୍ତ୍ରଣ କରିଥିଲେ। ତାଙ୍କ ସହିତ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ଅନୁଗୁଳ ମହୋତ୍ସବ ପାଇଁ ଅନୁଗୁଳର ରାସ୍ତାଘାଟକୁ ସୁସଜ୍ଜିତ କରାଯିବାସହ ବ୍ୟାପକ ଆଲୋକିକରଣ କରାଯାଉଛି। ପରିମଳ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ବେଶ ଗୁରୁତ୍ଵ ଦେଉଛି।
ଅନୁଗୁଳ: ଆସନ୍ତା ୨୬ ତାରିଖରେ ଅନୁଗୁଳ ଷ୍ଟାଡିୟମରେ ଅନୁଗୁଳ ଜିଲ୍ଲା ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍ଘାଟନ ପାଇଁ ଅନୁଗୁଳ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାର ଆନୁଷ୍ଠାନିକ ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆମନ୍ତ୍ରଣ କରିଥିଲେ। ତାଙ୍କ ସହିତ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏବଂ ଅନୁଗୁଳ ମହୋତ୍ସବ ପାଇଁ ଅନୁଗୁଳର ରାସ୍ତାଘାଟକୁ ସୁସଜ୍ଜିତ କରାଯିବାସହ ବ୍ୟାପକ ଆଲୋକିକରଣ କରାଯାଉଛି। ପରିମଳ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ବେଶ ଗୁରୁତ୍ଵ ଦେଉଛି