ଲକ୍ଷ୍ମୀ ବଜାରରେ ଲିଟିଲ୍ ଷ୍ଟାର ଡ୍ୟାନ୍‌ସ ପ୍ରତିଯୋଗିତା

ଅନୁଗୁଳ: ଏଟିଭି ଓ କଳିଙ୍ଗ ଯୁବ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଲକ୍ଷ୍ମୀ ବଜାର ଠାରେ ଲିଟିଲ୍ ଷ୍ଟାର ଡ୍ୟାନସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସମାଜସେବୀ ଚିନ୍ମୟୀ ଦାସ,ପବନ କୁମାର ମାଣ୍ଡୋଠିଆ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ବିଭିନ୍ନ ବର୍ଗର ୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଡ୍ୟାନ୍‌ସ ଧମାକାରେ ଅଂଶ ଗ୍ରହଣ କରିଥିଲେ। ବିଶ୍ୱଜିତ୍‌ ସାହୁ ଏବଂ କସ୍ମି ରଞ୍ଜନ ସୁକୁମାର ବିଚାରକ ଭାବେ ଯୋଗ ଦେଇଥିଲେ। ଏଟିଭି ପକ୍ଷରୁ ରାକେଶ ସାମଲ, ବିଶ୍ବରଂଜନ […]

ଲକ୍ଷ୍ମୀ ବଜାରରେ ଲିଟିଲ୍ ଷ୍ଟାର ଡ୍ୟାନ୍‌ସ ପ୍ରତିଯୋଗିତା
ଅନୁଗୁଳ: ଏଟିଭି ଓ କଳିଙ୍ଗ ଯୁବ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଲକ୍ଷ୍ମୀ ବଜାର ଠାରେ ଲିଟିଲ୍ ଷ୍ଟାର ଡ୍ୟାନସ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସମାଜସେବୀ ଚିନ୍ମୟୀ ଦାସ,ପବନ କୁମାର ମାଣ୍ଡୋଠିଆ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ବିଭିନ୍ନ ବର୍ଗର ୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଡ୍ୟାନ୍‌ସ ଧମାକାରେ ଅଂଶ ଗ୍ରହଣ କରିଥିଲେ। ବିଶ୍ୱଜିତ୍‌ ସାହୁ ଏବଂ କସ୍ମି ରଞ୍ଜନ ସୁକୁମାର ବିଚାରକ ଭାବେ ଯୋଗ ଦେଇଥିଲେ। ଏଟିଭି ପକ୍ଷରୁ ରାକେଶ ସାମଲ, ବିଶ୍ବରଂଜନ ପଟନାୟକ, ସ୍ୱାଗତିକା ସାମନ୍ତରାୟ, ବିଜୟ ଲକ୍ଷ୍ମୀ ଭଞ୍ଜ, କଲ୍ୟାଣୀ ମହାନ୍ତି, ନିବେଦିତା ସାହୁ ଏବଂ କଳିଙ୍ଗ ଯୁବ ପରିଷଦ ପକ୍ଷରୁ ସଭାପତି ରାଜୁ ଜେନା, ସମ୍ପାଦକ ସତ୍ୟ ନାରାୟଣ ମହାନ୍ତି, ଉପ-ସଭାପତି ଶଙ୍କର ଦାସ,କୋଷାଧ୍ୟକ୍ଷ ପ୍ରକାଶ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।