ଆଧାର ଅଧା ଅଧୁରା ସଂଶୋଧନ ପାଇଁ ଭିଡ଼

ଅନୁଗୁଳ: ଓଡ଼ିଶାରେ ବିଜେପି ସରକାର ପକ୍ଷରୁ ସୁଭଦ୍ରା ଯୋଜନାରେ ବର୍ଷକୁ ଦଶ ହଜାର ଟଙ୍କା ହିସାବରେ ପାଞ୍ଚ ବର୍ଷରେ ପଚାଶ ହଜାର ଟଙ୍କା ମହିଳାଙ୍କୁ ଦେବା ପାଇଁ ଘୋଷଣା ପରେ ମହିଳାଙ୍କ ଆଧାର ଖୋଜା ଆରମ୍ଭ ହୋଇଛି। ମହିଳାଙ୍କ ଆଧାରକୁ ଯାଞ୍ଚ କଲାବେଳେ ଏବେ ଶହ ଶହ ମହିଳାଙ୍କ ଆଧାରରେ ମୋବାଇଲ ଫୋନ ସଂଯୋଗ ହୋଇ ନଥିବା କଥା ପଦାକୁ ଆସିଛି। ଏହାଛଡା ସ୍ବାମୀ ଯାଗାରେ କାହାର ବାପା ନାଁ ସଂଯୋଗ ହେଇଛି କାହାର ସ୍ବାମୀ ବୟସ […]

ଆଧାର ଅଧା ଅଧୁରା ସଂଶୋଧନ ପାଇଁ ଭିଡ଼
ଅନୁଗୁଳ: ଓଡ଼ିଶାରେ ବିଜେପି ସରକାର ପକ୍ଷରୁ ସୁଭଦ୍ରା ଯୋଜନାରେ ବର୍ଷକୁ ଦଶ ହଜାର ଟଙ୍କା ହିସାବରେ ପାଞ୍ଚ ବର୍ଷରେ ପଚାଶ ହଜାର ଟଙ୍କା ମହିଳାଙ୍କୁ ଦେବା ପାଇଁ ଘୋଷଣା ପରେ ମହିଳାଙ୍କ ଆଧାର ଖୋଜା ଆରମ୍ଭ ହୋଇଛି। ମହିଳାଙ୍କ ଆଧାରକୁ ଯାଞ୍ଚ କଲାବେଳେ ଏବେ ଶହ ଶହ ମହିଳାଙ୍କ ଆଧାରରେ ମୋବାଇଲ ଫୋନ ସଂଯୋଗ ହୋଇ ନଥିବା କଥା ପଦାକୁ ଆସିଛି। ଏହାଛଡା ସ୍ବାମୀ ଯାଗାରେ କାହାର ବାପା ନାଁ ସଂଯୋଗ ହେଇଛି କାହାର ସ୍ବାମୀ ବୟସ ୫୦କୁ ସ୍ତ୍ରୀ ବୟସ ୭୦ ହେଇଯାଇଛି। ଆଧାର କାର୍ଡରେ ଏହି ହାଲତ ଜାଣିବାପରେ ଆଧାର ସଂଶୋଧନ କେନ୍ଦ୍ର,ପୋଷ୍ଟ ଅଫିସ,ବ୍ୟାଙ୍କ୍ ଆଦି ଯାଗାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଅନୁଗୁଳରେ ଆଜି ସବୁ ଆଧାର ସଂଶୋଧନ କେନ୍ଦ୍ର ଗୁଡିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଗାଁ ଗହଳରୁ ଆସିଥିବା ଲୋକମାନେ ଘଣ୍ଟା ଘଣ୍ଟା ଧରି କେନ୍ଦ୍ର ଆଗରେ ଠିଆ ହେବା ସହ ଖରା ବେଳେ ଆଧାର କେନ୍ଦ୍ରରେ ଖାଇବା ପାଇଁ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା।