ଖଣ୍ଡପଡାରେ ଦୂଇଦିନ ଧରି ପାଳିତ ହେଲା ସାମନ୍ତ ଚନ୍ଦ୍ରଶେଖର ଜୟନ୍ତୀ !! #dreamsier
ବିଶ୍ବ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମ ଜୟନ୍ତୀ ୨୩ଓ୨୪ ଦୁଇଦିନ ବ୍ୟାପି ପାଳନ କରାଯାଇଛି।ଓଡିଶା ସହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ୍ ପରିଷଦର ମିଳିତ ସହଯୋଗରେ ଖଣ୍ଡପଡା ମହିଳା ମହାବିଦ୍ୟାଳୟରେ ତିଥୀ ଅନୁଯାଇ ସୋମବାରେ ପାଳିତ ହୋଇଯାଇଛି। ଏହି ଉସ୍ଛବରେ ପୂର୍ବତନ ବ୍ଲକ ଅଧ୍ୟଖ୍ୟା ସୀତା ସ୍ବାଇଁ ବିଶିଷ୍ଟ ଅତିଥୀ ରୂପେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ।ଆୟୋଜିତ ଉତ୍ସବରେ ବରିଷ୍ଠ ଆଇନଜୀବି ଗିରିଜା ଶଙ୍କର ତରାସିଆ ପୌରହିତ୍ୟ କରିଥିବା ବେଳେ ମୂଖ୍ୟ ଅତିଥୀ ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ,ମୂଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତିକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ହରିହର କାନୁନଗୋ ପଠାଣି ସମନ୍ତଙ୍କ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ପ୍ରସାଶନିକ ଅଧିକାରୀ ଭାରତି ଭୂଷଣ ମିଶ୍ର, ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂ, ସମାଜସେବୀ ରମାକାନ୍ତ ସେଠୀ,କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଏକଦା ସମଗ୍ର ବଶ୍ବ ବାସୀଙ୍କୁ ନଭୋବିଗ୍ୟାନ ସମ୍ପର୍କରେ ଦିଗ୍ ଦର୍ଶନ ଦେଇଥିବା ପଠାଣି ସାମନ୍ତଙ୍କ ସମ୍ପର୍କରେ ଆଲୋଚନା ମାନ କରିଥିଲେ।ଏଥି ସହିତ ୨୪ ଡିସେମ୍ବର ସରକାରୀ ନିୟମ ମୁତାବକ ପଠାଣି ସାମନ୍ତ ସ୍ମୃତି ପରିଷଦଠାରେ ସଭାପତି ବିନାୟକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ୧୯୦ତମ ପଠାଣି ସାମନ୍ତ ଜୟନ୍ତୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ମୂଖ୍ୟ ଅତିଥି ଭାବେ ବିଧାୟକ ଦୁଷ୍ମନ୍ତ ସ୍ବାଇଁ,ମୂଖ୍ୟ ବକ୍ତାଭାବେ ତିରୁପତୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ,ସନ୍ମାନୀତ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷା ଆରତୀ ପ୍ରଧାନ ଯୋଗଦେଇଥିଲେ । ବିଧାୟକ ଶ୍ରୀସ୍ବାଇଁ ତାଙ୍କ ଅଭିଭାଷଣରେ ପଠାଣି ସାମନ୍ତଙ୍କ ନାମରେ ୩ଟି ପ୍ରକଳ୍ପ ଖୁବ ଶୀଘ୍ର ସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।
ନୟାଗଡ ରୁ Senior Editor ସଞ୍ଜୟ ଦତ୍ତ ଆଚାର୍ଯ୍ୟ ଙ୍କ ରିପୋର୍ଟ DREAMS RIDER NEWS