ତାଳଚେରରେ ଗଣେଶ ପୂଜା ଓ ଭସାଣି ଉତ୍ସବ ପାଇଁ ଶୃଙ୍ଖଳା କମିଟି ବୈଠକ ଆୟୋଜିତ, ସକାଳ ୬ରୁ ବାହାରିବ ମେଢ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଆଜି ତାଳଚେର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ କମିଟିର କାର୍ଯ୍ୟକାରୀ ସଭାପତି ତଥା ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତାଳଚେର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ଦିଲ୍ଲୀପ ପାଣି, ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ, ତାଳଚେର ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ, କୋଲିୟାରୀ ଥାନାଧିକାରୀ ଉପସ୍ଥିତ […]

ତାଳଚେରରେ ଗଣେଶ ପୂଜା ଓ ଭସାଣି ଉତ୍ସବ ପାଇଁ ଶୃଙ୍ଖଳା କମିଟି ବୈଠକ ଆୟୋଜିତ, ସକାଳ ୬ରୁ ବାହାରିବ ମେଢ଼
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ଆଜି ତାଳଚେର ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ କମିଟିର କାର୍ଯ୍ୟକାରୀ ସଭାପତି ତଥା ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତାଳଚେର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ଦିଲ୍ଲୀପ ପାଣି, ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ, ତାଳଚେର ଥାନା ଅଧିକାରୀ ଦିଗବିଜୟ ବିଶ୍ୱାଳ, କୋଲିୟାରୀ ଥାନାଧିକାରୀ ଉପସ୍ଥିତ ରହି କିପରି ଆଗାମୀ ଗଣେଶ ପୂଜାର ଭଷାଣି ଉତ୍ସବ ପାଳନ କରାଯିବ, ସେଥିପାଇଁ ଉପସ୍ଥିତ ପୂଜା କମିଟିଙ୍କ ମତାମତ ନେଇଥିଲେ। ନିଷ୍ପତ୍ତି ଅନୁଯାୟୀ, ସକାଳ ୬ଟା ପୂର୍ବରୁ ମେଢ଼ ପହଞ୍ଚିବା ସହିତ ଶୋଭାଯାତ୍ରା ମେଲଣ ପଡ଼ିଆରୁ ସକାଳ ୮ ସୁଦ୍ଧା ବାହାରିବ, ମଧ୍ୟାହ୍ନ ଭୋଜନର ସମୟ ଦିନ ସାଢେ ଗୋଟାଏ ଠାରୁ ୨.୩୦ ମିନିଟ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଶୋଭାଯାତ୍ରାର ମେଢ଼ର ଉଚ୍ଚତା ୧୨ ଫୁଟ ମଧ୍ୟରେ ରଖିବା ସହ ଭସାଣିରେ ଡିଜେକୁ ବାରଣ କରାଯାଇଛି। ବିଶେଷ କରି ମଦୁଆଙ୍କ ଉତ୍ପାତକୁ ରୋକିବା ପାଇଁ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରି ସେମାନଙ୍କୁ ଚିହ୍ନଟ କରି ଅଟକ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମେଢ଼ଗୁଡିକ କ୍ରମାନ୍ଵୟରେ ପଛକୁ ପଛ ରହି ବାହାରିବେ ବୋଲି ସ୍ଥିର କରାଯାଇଛି। କାର୍ଯ୍ୟକ୍ରମରେ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।