କାଠ ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର

କାଠ ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର ----------------------------------- ଟିକାବାଲି :ତା :11/04:ଟିକାବାଲି ବନାଞ୍ଚଳ ଅନ୍ତର୍ଗତ ଲାଇନପଡା ସରଂକ୍ଷିତ ଜଙ୍ଗଲ ର ମାଲାଙ୍ଗସାହି ବୃକ୍ଷରୋପିତ ଜଙ୍ଗଲ ରୁ ଏକ କାଠ ବୋଝେଇ ଟ୍ରାକ୍ଟର ଜବତ ହୋଇଛି |ସୂଚନା ଅନୁସାରେ ଟିକାବାଲି ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକ ଙ୍କ ସମେତ ଫୋରେଷ୍ଟର କମଳକାନ୍ତ ପ୍ରଧାନ, ଓ ବନ ରଖି ଅରୁଣ ପାତ୍ର ଓ ପାରା ଷ୍ଟାପ ପେଟ୍ରୋଲିଙ୍ଗ ଯାଇଅଥିବା ବେଳେ ମାଲାଙ୍ଗସୁଗା ସରଂକ୍ଷିତ ଜଙ୍ଗଲ ଭିତରେ ଟ୍ରାକ୍ଟର ଶବ୍ଦ ଶୁଣି ଭିତର କୁ ପଶିଥିଲା ବନବିଭାଗ | ଟ୍ରାକ୍ଟର ଗାଡି ଚାଳକ ବନ ବିଭାଗ କର୍ମଚାରୀ ଙ୍କୁ ଦେଖି ଚମ୍ପଟ ମାରିଥିଲେ | ଘଟଣା ସ୍ଥଳରୁ ଶାଳ କାଠ ବୋଝେଇ ଟ୍ରାକ୍ଟର କୁ ଧରିବାରେ ସଫଳ ହୋଇଥିବା ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକ |ଜବତ ଟ୍ରାକ୍ଟର ର ମୁଣ୍ଡ ନଂ( ଓ ଡି 12 1180)ହୋଇଥିବା ବେଳେ ତାର ଟ୍ରଲି (ଓ ଡି 12 1181) ଏପର୍ଯ୍ୟନ୍ତ ଟ୍ରାକ୍ଟର ର ମାଲିକ ଙ୍କ ନାମ ଜଣା ପଡ଼ିନାହିଁ ନଥିବା ଏବଂ ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ |ଏ ନେଇ ଟିକାବାଲି ଟିକାବାଲି ବନାଞ୍ଚଳ କାର୍ଯ୍ୟାଳୟ ରେ କେଶ ନମ୍ବର 1/2025-26 ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛନ୍ତି ବନାଞ୍ଚଳ ଅଧିକାରୀ ମାଣିକେଶ୍ବରୀ ପଟ୍ଟନାୟକ |

କାଠ ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର