ସାଧାରଣଜ୍ଞାନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ

ଅନୁଗୁଳ: ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ଆୟୋଜିତ ହୋଇଥୁବା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସାଧାରଣଜ୍ଞାନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଶୁକ୍ରବାର ଅପରାହ୍ନରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରତାପ ପ୍ରୀତିମୟ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟର ସାଲୋନି ସାହୁ ପ୍ରଥମ, ମନିକା ସାମଲ ଦ୍ୱିତୀୟ ଓ ଅଂଶୁମାନ ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି । […]

ସାଧାରଣଜ୍ଞାନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ
ଅନୁଗୁଳ: ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ଆୟୋଜିତ ହୋଇଥୁବା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସାଧାରଣଜ୍ଞାନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଶୁକ୍ରବାର ଅପରାହ୍ନରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରତାପ ପ୍ରୀତିମୟ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟର ସାଲୋନି ସାହୁ ପ୍ରଥମ, ମନିକା ସାମଲ ଦ୍ୱିତୀୟ ଓ ଅଂଶୁମାନ ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ଲୋହିତ ଲୋଚନ ସାହୁ ପ୍ରଥମ, ସଂଗ୍ରାମ କୁମାର ସାହୁ ଦ୍ୱିତୀୟ ଓ ସ୍ପର୍ଷ ନନ୍ଦିନୀ ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଏହି ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଊକ୍ତ ପ୍ରତିଯୋଗିତା ଗତ ସେପଟେମ୍ବର ମାସ ୨୬ ତାରିଖରେ ହୁଲୁରୁସିଙ୍ଗା ଉଚ୍ଚ ବିଦ୍ୟାଳୟ ଓ ୨୭ ତାରିଖରେ ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଜଗଦିଶ ରାୟ ଓ ଅନ୍ୟ କର୍ମଚାରୀଗଣ ଉପସ୍ଥିତ ଥିଲେI