ଟାଙ୍ଗିଆରେ ଯୁବକଙ୍କ ଅତର୍କିତ ଆକ୍ରମଣ, ଦାଦା ଓ ପୁତୁରା ଗୁରୁତର

ଅନୁଗୁଳ: ଯୁବକଙ୍କ ଟାଙ୍ଗିଆ ଚୋଟରେ ଦାଦା ଓ ପୁତୁରା ଗୁରୁତର। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ସୁନିଲ ଦେହୁରୀଙ୍କ ପୁଅ ଓମ୍ ପ୍ରକାଶ ଦେହୁରୀ (୧୮) ନିଜ ପାନ ଦୋକାନରେ ବସିଥିବା ସମୟରେ ସେହି ଗାଁର ସୁନିଆ ଜେନାଙ୍କ ପୁଅ ମିଥୁନ ଜେନା ତାଙ୍କୁ ଏକ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ଓମଙ୍କ ମୁଣ୍ଡ ଓ ବେକରେ ପିଶାଚ ମିଥୁନ ସାତ ଚୋଟା ପକାଇ ସାରିଥିଲା। ଓମଙ୍କ […]

ଟାଙ୍ଗିଆରେ ଯୁବକଙ୍କ ଅତର୍କିତ ଆକ୍ରମଣ, ଦାଦା ଓ ପୁତୁରା ଗୁରୁତର
ଅନୁଗୁଳ: ଯୁବକଙ୍କ ଟାଙ୍ଗିଆ ଚୋଟରେ ଦାଦା ଓ ପୁତୁରା ଗୁରୁତର। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ସୁନିଲ ଦେହୁରୀଙ୍କ ପୁଅ ଓମ୍ ପ୍ରକାଶ ଦେହୁରୀ (୧୮) ନିଜ ପାନ ଦୋକାନରେ ବସିଥିବା ସମୟରେ ସେହି ଗାଁର ସୁନିଆ ଜେନାଙ୍କ ପୁଅ ମିଥୁନ ଜେନା ତାଙ୍କୁ ଏକ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ଓମଙ୍କ ମୁଣ୍ଡ ଓ ବେକରେ ପିଶାଚ ମିଥୁନ ସାତ ଚୋଟା ପକାଇ ସାରିଥିଲା। ଓମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହି ସମୟରେ ଦୋକାନ ପାଖରେ ଥିବା ଓମଙ୍କ ଦାଦା ପ୍ରଶାନ୍ତ ଦେହୁରୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ମିଥୁନ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।ଉଭୟଙ୍କ ଚିତ୍କାର ଶୁଣି ଲୋକ ମାନେ ମିଥୁନକୁ କାବୁ କରିଥିବା ବେଳେ ପୋଲିସ ପହଞ୍ଚି ମିଥୁନକୁ ଗିରଫ କରିବା ସହ ଟାଙ୍ଗିଆ ଜବତ କରିଛି। ଓମ୍ ଙ୍କ ଅବସ୍ଥା ଅତି ଗୁରୁତର ହୋଇଥିବାରୁ ତାଙ୍କୁ ନାଲକୋ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଓମଙ୍କ ଦାଦା ପ୍ରଶାନ୍ତ ଦେହୁରୀ ଅନୁଗୁଳରେ ଚିକିତ୍ସିତ ହେଉଛନ୍ତି। ତେବେ ପ୍ରଶାନ୍ତଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ ମଧ୍ୟ କଟକ ସ୍ଥାନାନ୍ତରଣ କରାଯାଇଥିବା ଜଣାଯାଇଛି।