ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଉତ୍ସବ ପାଳିତ

ଅନୁଗୁଳ: ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସତସଙ୍ଗ ବିହାର ପରିସରରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦ ଓ ମାଙ୍ଗଳିକ ନହବତ, ଉଷା କୀର୍ତନ, ସମବେତ ପ୍ରାତଃ ବିନତି, ଶୁଭ ଜନ୍ମ ଲଗ୍ନ ଘୋଷଣା, ମାତୃ ସମିଳନୀ ଓ ସତସଙ୍ଘ ଆଲୋଚନା କରାଯାଇଥିଲା। ଏହି ମାହୋତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧୁର୍ଯ୍ୟ ମନୋରଞ୍ଜନ ସ୍ୱାଇଁ […]

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଉତ୍ସବ ପାଳିତ
ଅନୁଗୁଳ: ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସତସଙ୍ଗ ବିହାର ପରିସରରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦ ଓ ମାଙ୍ଗଳିକ ନହବତ, ଉଷା କୀର୍ତନ, ସମବେତ ପ୍ରାତଃ ବିନତି, ଶୁଭ ଜନ୍ମ ଲଗ୍ନ ଘୋଷଣା, ମାତୃ ସମିଳନୀ ଓ ସତସଙ୍ଘ ଆଲୋଚନା କରାଯାଇଥିଲା। ଏହି ମାହୋତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧୁର୍ଯ୍ୟ ମନୋରଞ୍ଜନ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଜୀବନୀ ଓ ଆଦର୍ଶ ଉପରେ ବିକ୍ଷିପ୍ତ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ୠତ୍ଵିକ ମାଧବ ଚନ୍ଦ୍ର ସାହୁ, ନିମାଇଁ ଚରଣ ବେହେରା, ତାରାକାନ୍ତ ବେହେରା, ଅଶୋକ କୁମାର ଗଡ଼ନାୟକ, ପିତାମ୍ବର ସାମଲ, ଅଚ୍ୟୁତାନନ୍ଦ ବରିହା, ଅମ୍ବୁଜ କୁମାର ସାହୁ, ଲକ୍ଷ୍ମୀଧର ଦାସ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଚିତ୍ତ ରଞ୍ଜନ ଦ୍ବିବେଦୀ, ବିଜୟ କୁମାର ଚୌଧୁରୀ, ବିମଳ ବେହେରା, ପ୍ରତାପ କିଶୋର ସାହୁ ପ୍ରମୁଖ ୠତ୍ଵିକ ଗଣ ଅଧୁର୍ଯ୍ୟ ଓ ଯାଜକ ମାନେ ଆଲୋଚନାରେ ଉପସ୍ଥିତ ରହି ଠାକୁର ଅନୁକୁଳ ଚନ୍ଦ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ, ଗୋପାଳ ନାଥ, ଦିଲ୍ଲୀପ ଦାସଙ୍କ ସମେତ ସତସଙ୍ଘର ଗୁରୁ ଭାଇ ଓ ମା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଶେଷରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ସନ୍ଧ୍ୟା ବିନତି ତତପରେ ଆଲୋକ ସଜା ଓ ନାମ ସଂକୀର୍ତନ ହୋଇଥିଲା।