ସେଠି ବିଧାନସଭାରେ ପ୍ରଶ୍ନ, ଏଠି ଡି ଆଇ ଇ ଟି ଖଲ୍ଲିକୋଟ ଅଧ୍ୟକ୍ଷଙ୍କ ତୁମୁଳକାଣ୍ଡ

ସରକାରୀ ଶିକ୍ଷକ ଟ୍ରେନିଂ ଚିକିଟିରେ ପାଠପଢା ଅସୁବିଧାକୁ ନେଇ ବିଧାନସଭାରେ ଚିକିଟି ବିଧାୟକ ପ୍ରଶ୍ନ ଉଠେଇଥିବା ବେଳେ ତା'ର ପ୍ରତିକ୍ରିୟାରେ ଖଲ୍ଲିକୋଟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡ଼ା ଶିକ୍ଷକ ପ୍ରଶିକ୍ଷିକା ଜୟନ୍ତୀ ବେହେରାଙ୍କୁ ଏଥିପାଇଁ ବିନା କାରଣରେ ଦୋଷାରୋପ କରି ଅଭଦ୍ରଚିତ ଓ ପଶୁତୁଲ୍ୟ ବ୍ୟବହାର କରିଛନ୍ତି । ନିର୍ଦ୍ଦେଶକ ଏସ ସି ଇ ଆର ଟି ଭୁବନେଶ୍ୱର ଏବଂ ଜିଲ୍ଲାପାଳ ଗଞ୍ଜାମଙ୍କୁ ଦିଆଯାଇଥିବା ଲିଖିତ ଅଭିଯୋଗ ପତ୍ର ଅନୁସାରେ ଚାରିଦିନିଆ ଟ୍ରେନିଂ ଯୋଗଦେଇ ଶିକ୍ଷକ ପ୍ରଶିକ୍ଷିକା ଜୟନ୍ତୀ ବେହେରା ଗତକାଲି ଅର୍ଥାତ୍ ଶନିବାର ଦିନ ଅନୁଷ୍ଠାନରେ ଯୋଗ ଦେଇଥିଲେ । କିନ୍ତୁ ଦିନ ୧୨:୪୦ ସମୟରେ ଅଧ୍ୟକ୍ଷ ତାଙ୍କ ଉପରେ ରଡ଼ିଛାଡ଼ିବା, ଆସନରେ ନ ବସି ଠିଆ ହୋଇ ରହିବା, ପାଟି ଚୁପକରି ରହିବା, କିଛି ବି କହିଲେ ଭଞ୍ଜନଗର ଡେପୁଟେସନରେ ପଠେଇଦେବା ଏବଂ ବିଧାୟକ ପ୍ରଶ୍ନ ପାଇଁ ସେ ହିଁ ଦୋଷୀ ବୋଲି ବାରମ୍ବାର କହିବା ଆଦି ଅଭଦ୍ର ବ୍ୟବହାର କରି ତୁମୂଳକାଣ୍ଡ କରିଛନ୍ତି । ଏହି ଘଟଣା ସମୟରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା, କିରାଣୀ ଆଶିଷ ସେଠି, ପିଅନ ସୁକାନ୍ତି ସେଠି ଓ ଫୋନର ସ୍ପିକର୍ ମୋଡରେ ଚିକିଟି ଟ୍ରେନିଂ ସ୍କୁଲର ଅଧ୍ୟକ୍ଷା ନିବେଦିତା ପାଢୀ ମଧ୍ୟ ଉପସ୍ଥିତ ଥିଲେ। କେବଳ ଏତିକି ନୁହଁ, ଚିଠି ଅନୁସାରେ ଅଧ୍ୟକ୍ଷ ସନ୍ତୋଷ ପରିଡ଼ା ଏହି ପ୍ରକାର ବ୍ୟବହାର ଅନେକଥର ସମସ୍ତିଁଙ୍କ ଆଗରେ ପ୍ରଶିକ୍ଷିକାଙ୍କ ସହ ଅନେକ ଷ୍ଟାଫମାନଙ୍କୁ ମଧ୍ୟ ବାରମ୍ବାର ଏହି ପ୍ରକାର ମାନସିକ ଯାତନା ଓ ଅପମାନ କରି ଆସିଛନ୍ତି । ଅନୁସନ୍ଧାନ ଓ ତଥ୍ୟରୁ ଜଣାପଡିଛି ଯେ ଚିଠି ସଂଖ୍ୟା ୧୨୫୭ ତାରିଖ ୨-୯-୨୦୨୪ ଅନୁସାରେ ଜୟନ୍ତୀ ବେହେରାଙ୍କୁ କେବଳ ସୋମବାର ଓ ମଙ୍ଗଳବାର ଦୁଇଦିନ ପାଇଁ ଚିକିଟି ଟ୍ରେନିଂ ସ୍କୁଲ ଡେପୁଟେସନ କରାଯାଇଥିଲା । କିନ୍ତୁ ନିଜେ ଅଧ୍ୟକ୍ଷ ଉଦ୍ଦେଶ୍ୟମୂଳକ ତାଙ୍କୁ ଛାଡୁନଥିଲେ, ଖଲ୍ଲିକୋଟରେ ବିଭିନ୍ନ କାମ ଦେଉଥିଲେ, ଏମିତିକି ଯଦି ସେ ଯାଆନ୍ତି ତେବେ ତାଙ୍କୁ ଓଲଟା ଗାଳି କରନ୍ତି କାହିଁକି ପଚାରି ଗଲେ ବୋଲି। କେବଳ ଏତିକି ନୁହଁ ବିଭିନ୍ନ କାମ ବାହାନାରେ ବିନା କାରଣରେ ସେ ଷ୍ଟାଫଙ୍କୁ ରାତି ଯାଏଁ ରଖିଦିଆନ୍ତି ଯାହାଦ୍ଵାରା ସେମାନଙ୍କ ସୁରକ୍ଷା ଓ ଘର ପରିବାର ଦାୟିତ୍ଵ ହୋଇପାରେ ନାହିଁ । ସନ୍ତୋଷ ପରିଡ଼ା ତାଙ୍କର ଏହି ପ୍ରକାର ବ୍ୟବହାର ବିଭିନ୍ନ ମିତିଂରେ ମଧ୍ୟ ଜିଲ୍ଲାର ଶିକ୍ଷକ ମାନଙ୍କୁ ଗାଳି ଗୁଲଜ ଓ ଧମକ ଦେବାର ପରିଲକ୍ଷିତ ହୋଇଅଛି । ଟିକେ ଟିକେ କଥାରେ ଚାକିରିରୁ ବାହାର କରିଦେବା, ଦରମା ବନ୍ଦ କରିଦେବା,ଛୁଟି ନ ଦେବା ଆଦି ଧମକ ଦେବା ତାଙ୍କରି ଅଭ୍ୟାସ। ଏହି ସମ୍ବନ୍ଧରେ ପୀଡ଼ିତାଙ୍କ ସ୍ବାମୀଙ୍କୁ ପଚାରିବାରୁ ସେ କହିଛନ୍ତି ଏହା ସବୁବେଳେ ଘଟୁଥିଲା କିନ୍ତୁ ସେ ନିରବ ରହିଥିଲେ ଏବଂ ଆହୁରି ଭଲ କାମ କରିବାକୁ କହୁଥିଲେ । ତାଙ୍କରି ସ୍ତ୍ରୀ ଜଣେ ପ୍ରସିଦ୍ଧ ଲେଖିକା, ଶିକ୍ଷାବିତ ଓ ଟ୍ରେନର । ଜିଲ୍ଲା ଓ ଜିଲ୍ଲା ବାହାରେ ତାଙ୍କରି ସୁନାମ ଅଛି । କିନ୍ତୁ ଯେତେବେଳେ ଗୋଟିଏ ମହିଳା କର୍ମଚାରୀ ପ୍ରତି ତାର ଅସ୍ମିତାକୁ ନେଇ ଏ ପ୍ରକାର ଅମାନବୀୟ ବ୍ୟବହାର ସ୍ଵୟଂ ଅନୁଷ୍ଠାନର ମୁଖିଆ କରନ୍ତି, ତାହା ପୁଣି କୌଣସି ଏକ ମାନ୍ୟବର ବିଧାୟକଙ୍କ ପ୍ରଶ୍ନକୁ ନେଇ, ଏହା ନିନ୍ଦନୀୟ । ସ୍ବାମୀ ହିସାବରେ ସେ ବି ବିଭାଗୀୟ ନିର୍ଦ୍ଦେଶକ, ସେକ୍ରେଟାରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଯଦି ନ୍ୟାୟ ନ ମିଳେ ତେବେ କୋର୍ଟର ଆଶ୍ରୟ ନେଇପାରନ୍ତି । ଜିଲ୍ଲାପାଳ ଓ ନିର୍ଦ୍ଦେଶକ କଣ ପଦକ୍ଷେପ ନେବେ ଏବଂ କର୍ମକ୍ଷେତ୍ରରେ ନାରୀ ସୁରକ୍ଷା କେମିତି ସୁନିଶ୍ଚିତ କରୁଛନ୍ତି ,ଏହା ଏବେ ଅଞ୍ଚଳ ବାସୀଙ୍କ ପାଇଁ ପ୍ରଶ୍ନ ଓ ଆଲୋଚନାର ବିଷୟ।

ସେଠି ବିଧାନସଭାରେ ପ୍ରଶ୍ନ, ଏଠି ଡି ଆଇ ଇ ଟି ଖଲ୍ଲିକୋଟ ଅଧ୍ୟକ୍ଷଙ୍କ ତୁମୁଳକାଣ୍ଡ