ହାତୀ ଘୋଡାଇବା ପାଇଁ ଯାଇ ମାଡ ଖାଇଲେ ବନ କର୍ମଚାରୀ!

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଫୁଲପଡା ଅଞ୍ଚଳରେ ହାତୀ ଘୋଡାଇବାକୁ ଯାଇ ମାଡ ଖାଇଲେ ବନ କର୍ମଚାରୀ। ଜଣେ ଗୁରୁତର ଦୁଇ ଆହତ। ସୂଚନା ଯେ, ଗୁରୁବାର ଅନୁଗୋଳ ରେଞ୍ଜ ଫୁଲପଡା ଅଞ୍ଚଳରେ ହାତୀ ରହିଥିବା ଖବର ପାଇଥିଲା ବନ ବିଭାଗ। ଅପରାହ୍ନ ୪.୩୦ ବେଳେ ଗାଡିରେ ୬ ଜଣ ହାତୀ ସ୍କାର୍ଡ଼ ହାତୀ ଘୋଡାଇବା ପାଇଁ ଫୁଲପଡା ଅଞ୍ଚଳକୁ ପହଞ୍ଚିଥିଲେ। କିଛି ଯୁବକ ବନ ବିଭାଗ ହାତୀ ସ୍କାର୍ଡ଼କୁ ମାଡ ମାରିବା ଆରମ୍ବ […]

ହାତୀ ଘୋଡାଇବା ପାଇଁ ଯାଇ ମାଡ ଖାଇଲେ ବନ କର୍ମଚାରୀ!
ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଫୁଲପଡା ଅଞ୍ଚଳରେ ହାତୀ ଘୋଡାଇବାକୁ ଯାଇ ମାଡ ଖାଇଲେ ବନ କର୍ମଚାରୀ। ଜଣେ ଗୁରୁତର ଦୁଇ ଆହତ। ସୂଚନା ଯେ, ଗୁରୁବାର ଅନୁଗୋଳ ରେଞ୍ଜ ଫୁଲପଡା ଅଞ୍ଚଳରେ ହାତୀ ରହିଥିବା ଖବର ପାଇଥିଲା ବନ ବିଭାଗ। ଅପରାହ୍ନ ୪.୩୦ ବେଳେ ଗାଡିରେ ୬ ଜଣ ହାତୀ ସ୍କାର୍ଡ଼ ହାତୀ ଘୋଡାଇବା ପାଇଁ ଫୁଲପଡା ଅଞ୍ଚଳକୁ ପହଞ୍ଚିଥିଲେ। କିଛି ଯୁବକ ବନ ବିଭାଗ ହାତୀ ସ୍କାର୍ଡ଼କୁ ମାଡ ମାରିବା ଆରମ୍ବ କରିଥିଲେ। ୬ ଜଣଙ୍କ ମଧ୍ୟରୁ ୩ ଜଣ ମାଡ ଭୟରେ ପଳାଇ ଯାଇଥିଲେ। ଅନ୍ୟ ତିନି ଜଣଙ୍କୁ ନିର୍ଘାତ ମାଡ ମାରିଥିଲେ। ସେଥିମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଗୁରୁତର ଜଣଙ୍କ ହେଲେ ସୁକାନ୍ତ କୁମାର ସାହୁ। ତାଙ୍କୁ ଆକ୍ରମଣକାରୀ ଫୁଲପଡା ଶିବ ମନ୍ଦିର ନିକଟରେ ପକାଇ ଦେଇଥିଲେ। ସେପଟେ ଗାଡିରୁ ଲାଇଟ, ଗାଡି ଚାବି ସହ ଗାଡିରେ ଥିବା ଅନ୍ୟ ଜିନିଷ ନେଇ ଯାଇଥିଲେ। ଏହି ଖବର ପାଇ ଅନୁଗୁଳ ରେଞ୍ଜର ହରମୋହନ ନାୟକ ଏବଂ ତାଙ୍କ ଟିମ୍ ପହଞ୍ଚି ସୁକାନ୍ତ ଏବଂ ଅନ୍ୟ ଦୁଇ ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି। ସୁକାନ୍ତଙ୍କ ଗୋଡ ଏବଂ ଦେହରେ ଗଭୀର ଆଘାତ ଲାଗିଛି। ଏ ଘଟଣା ବିଷୟରେ ଅନୁଗୁଳ ରେଞ୍ଜରଙ୍କୁ ପଚାରିବାରୁ ଗୁରୁତର ଏବଂ ଆହତଙ୍କୁ ଚିକିତ୍ସା ପରେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।