ATM ମେସିନ୍ ଖାଲିହୋଇ ପଡ଼ିଛି ଗ୍ରାହକ ହନ୍ତସନ୍ତ ହେଉଛନ୍ତି
ଦାରିଙ୍ଗବାଡି ୩/୩/୦୨୫ ଦାରିଙ୍ଗବାଡି ସହରରେ ଏକମାତ୍ର SBI ର ATM ଆଜକୁ ତିନିଦିନ ହେଲା ଟଙ୍କା ନାହିଁ ଏଣୁ ଗ୍ରାହକ ସମସ୍ତେ ନାଇନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସହସ୍ର ସରକାରୀ ବେସରକାରୀ ଗ୍ରାହକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଉପରେ ନିର୍ଭର କରିଥାନ୍ତି ହେଲେ ସଠିକ୍ ସମୟରେ ଲୋକ ଟଙ୍କା ପାଇପାରୁନାହାନ୍ତି ସେଥିପାଇଁ ଘରୋଇ ଗ୍ରାହକ ସେବା କେନ୍ଦ୍ର ଗୁଡ଼ିକରେ ଗ୍ରାହକମାନେ ଅନ୍ ଲାଇନ୍ ମାଧ୍ୟମରେ ଟଙ୍କା ଉଠାଉଛନ୍ତି କିନ୍ତୁ ସେହିପରି ପ୍ରକ୍ଷିରେ ଗ୍ରାହକ ସେବାକେନ୍ଦ୍ର ମାଲିକ ମାନେ ମାଲାମାଲ୍ ହେଉଛନ୍ତି କାହିକିଁ ମାନେ ଟଙ୍କା ଉଠାଇଲା ବେଳେ କଟନି ଚଟନି କରି ଦେଉଛନ୍ତି ଜାହାରି ଫଳରେ ଠକାମୀରେ ଶିକାର ହେଇଛନ୍ତି ଗ୍ରାହକ I ଏଣୁ ଦାରିଙ୍ଗବାଡି ସହରର ଏକମାତ୍ର SBI ATM ଯଦି ଏଭଳି ଦୀର୍ଘ ଦିନ ବନ୍ଧ ହୋଇ ରହିବ ତେବେ ଆଗାମୀ ଦିନରେ ଗ୍ରାହକ ମାନେ ଅଧିକ ମାତ୍ରାରେ ଠକାମୀ ରେ ଶିକାର ହେବେବୋଲି ଆଶଙ୍କା କରାଯାଉଛି I