ଅନୁଗୁଳରେ ବିଜେଡିର ପରାଜୟ କାରଣ ‛ବିଭୀଷଣ’: ଚର୍ଚ୍ଚାରେ ପୂର୍ବତନ ବିଧାୟକ ରଜନୀକାନ୍ତ ସିଂଙ୍କ ବିବୃତି

ଅନୁଗୁଳ: ଚଳିତ ସାଧାରଣ ନିର୍ବାଚନରେ ଦୀର୍ଘ ବର୍ଷର ଶାସକ ଦଳ ବିଜେଡି ଶୋଚନୀୟ ପରାଜୟ ବରଣ କରିଛି। ଅନୁଗୁଳ ବିଧାନସଭା ଆସନରୁ ମଧ୍ୟ ବିଜୁ ଜନତା ଦଳ ଲଜ୍ଜାଜନକ ହାରିଛି। ନିର୍ବାଚନ ସରିବା ପରେ ପ୍ରାୟ ୬ ମାସରୁ ଅଧିକ ସମୟ ଧରି ବିଜୁ ଜନତା ଦଳର କୌଣସି କର୍ମକର୍ତ୍ତା ନିଜର ପରାଜୟ ନେଇ କୌଣସି ମତ ରଖିନଥିବା ବେଳେ ଏବେ ଜଣକ ପରେ ଜଣେ ମୁହଁ ଖୋଲୁଛନ୍ତି। ଗତ ଦୁଇ ଦିନ ତଳେ ଅନୁଗୁଳ ସଭାଘରେ […]

ଅନୁଗୁଳରେ ବିଜେଡିର ପରାଜୟ କାରଣ ‛ବିଭୀଷଣ’: ଚର୍ଚ୍ଚାରେ ପୂର୍ବତନ ବିଧାୟକ ରଜନୀକାନ୍ତ ସିଂଙ୍କ ବିବୃତି
ଅନୁଗୁଳ: ଚଳିତ ସାଧାରଣ ନିର୍ବାଚନରେ ଦୀର୍ଘ ବର୍ଷର ଶାସକ ଦଳ ବିଜେଡି ଶୋଚନୀୟ ପରାଜୟ ବରଣ କରିଛି। ଅନୁଗୁଳ ବିଧାନସଭା ଆସନରୁ ମଧ୍ୟ ବିଜୁ ଜନତା ଦଳ ଲଜ୍ଜାଜନକ ହାରିଛି। ନିର୍ବାଚନ ସରିବା ପରେ ପ୍ରାୟ ୬ ମାସରୁ ଅଧିକ ସମୟ ଧରି ବିଜୁ ଜନତା ଦଳର କୌଣସି କର୍ମକର୍ତ୍ତା ନିଜର ପରାଜୟ ନେଇ କୌଣସି ମତ ରଖିନଥିବା ବେଳେ ଏବେ ଜଣକ ପରେ ଜଣେ ମୁହଁ ଖୋଲୁଛନ୍ତି। ଗତ ଦୁଇ ଦିନ ତଳେ ଅନୁଗୁଳ ସଭାଘରେ ଅନୁଷ୍ଠିତ ହୋଇଥିବା ବିଜେଡିର ସଭ୍ୟ ସଂଗ୍ରହ କର୍ମୀ ସମ୍ମିଳନୀରେ ପୂବର୍ତନ ବିଧାୟକ ରଜନୀକାନ୍ତ ସିଂହ ଯୋଗ ଦେଇଥିଲେ। ଏ ଅବସରରେ ସେ ଗଣମାଧ୍ୟମ ଆଗରେ ମନ କଥା କହିଥିଲେ। ପରାଜୟ ନେଇ ରଜନୀ ଅନେକ ରାଜନୈତିକ ବୟାନବାଜି କରିଥିବା ବେଳେ ତାଙ୍କ ମୁଖ ନିସୃତ ‛ବିଭୀଷଣ’ ଉପାଖ୍ୟାନ ବେଶ୍ ଚର୍ଚ୍ଚାରେ ରହିଛି। ତାଙ୍କ କହିବା ମୁତାବକ, ଶେଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଜାଣି ନଥିଲା ଯେ ଏପରି ପରାଜୟ ବରଣ କରିବ। ପରିବର୍ତ୍ତନ ହାୱା ଥିଲେ ମଧ୍ୟ ବିଜେଡି ଲୋକଙ୍କ ପାଖରେ ଖବର ନଥିଲା। ଫଳାଫଳ ବାହାରିବା ପରେ ହିଁ ଆମେ ଜାଣିଲୁ ଏହା ପରିବର୍ତ୍ତନର ସୁନାମି ଭଳି ହୋଇଗଲା। ତେବେ ଯେଉଁ ସ୍ଥାନରେ ‛ବିଭୀଷଣ’ ରହିଥାନ୍ତି ଏଭଳି ଫଳାଫଳ ଦେଖିବାକୁ ମିଳିଥାଏ। ନିର୍ବାଚନ ଫଳାଫଳ ହେଉ କିମ୍ବା କୌଣସି ସଂଗଠନ ସବୁଠାରେ ବିଭୀଷଣ ମାନଙ୍କ ପାଇଁ ବିଫଳତା ଦେଖିବାକୁ ମିଳିଥାଏ ବୋଲି ସେ କହିଥିଲେ। ବିଜେଡିରେ ‛ବିଭୀଷଣ’ କିଏ ଆମେ ଜାଣି ସାରିଛୁ ସେମାନଙ୍କ ନାମ ଦଳ ମୁଖିଆଙ୍କୁ ପଠାଯିବ ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ। ତେବେ ରଜନୀଙ୍କ ବୟାନ ପରେ ଅନୁଗୁଳ ବିଧାନସଭାରେ ବିଜୁ ଜନତା ଦଳର ‛ବିଭୀଷଣ’ କିଏ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ଯୁବ ସଭାପତି ନିର୍ବାଚନରେ କେଉଁ କାର୍ଯ୍ୟ କରିଥିଲେ ତାହା ଖବର କାଗଜରେ ବାହାରି ସାରିଛି ଅଧିକ କଣ କହିବି ବୋଲି ରଜନୀ ପ୍ରଶ୍ନ ଏଡାଇ ଦେଇଥିଲେ। ପ୍ରକାଶ ଯେ ଚଳିତ ନିର୍ବାଚନରେ ରଜନୀଙ୍କ ବଦଳରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ଅନୁଗୁଳ ବିଧାନସଭା ଆସନରୁ ଲଢ଼ିବାକୁ ଦେଇଥିଲା।