ନାଲକୋ ପେରିଫେରି ଟ୍ରକ ମାଲିକ ସଂଘର ଶପଥ ସମାରୋହ ବୈଠକ

ନାଲକୋ ପେରିଫେରି ଟ୍ରକ ମାଲିକ ସଂଘର ଶପଥ ସମାରୋହ ବୈଠକ। ବଅଁରପାଳ ନାଲକୋ ସିପିପି ପରିଫେରି ଟ୍ରକ ମାଲିକ ସଂଘର ନୂଆ ନିର୍ବାଚିତ କର୍ମକର୍ତ୍ତାଙ୍କର ଏକ ଶପଥ ଗ୍ରହଣ ବୈଠକ ହୋଟେଲ ଜସ୍ମିନ୍ ପ୍ୟାଲେସ ରେ ଅନୁଷ୍ଠିତ ହୋଇଥିଲା।ଅନଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ବରିଷ୍ଠ ଆଇନଜିବୀ ଶ୍ରୀ ପରମାନନ୍ଦ ମିଶ୍ର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ।ସଂଘର ଶ୍ରୀ ମୁକୁନ୍ଦ ନାଥ,ସଭାପତି, ଶ୍ରୀ ଦୀପକ ସାହୁ,ଉପ ସଭାପତି, ଶ୍ରୀ ନାରାୟଣ ଚନ୍ଦ୍ର ସିଂହ, ସାଧାରଣ ସମ୍ପାଦକ, ଶ୍ରୀ ନୀଳକଣ୍ଠ ସାହୁ,ସହ ସମ୍ପାଦକ ଓ ଶ୍ରୀ ଆଲୋକ ସାହୁ,କୋଷାଧ୍ୟକ୍ଷ ଭାବେ ଶପଥ ନେଇଥିଲେ। କମିଟି ର ଅନ୍ୟ ନୂତନ ସଦସ୍ୟ ରଞ୍ଜନ ଦାଶ,ପ୍ରଦୀପ ସାହୁ, ରଞ୍ଜନ ସାହୁ, ଦୁଷ୍ମନ୍ତ କୁମାର ଦାସ, ଦୀପକ ସାହୁ,ସଚ୍ଚିଦାନନ୍ଦ ରାଉତ, ହେମନ୍ତ ସାହୁ, ଜୟନ୍ତ ବରାହ, ଲୋକନାଥ ସିଂହ, ପ୍ରଦୀପ ରାଉତ, ସନ୍ତୋଷ ବିଳାଶ, ବୈକୁଣ୍ଟ ନାଥ ସୁବୁଦ୍ଧି, ଦୁଷ୍ମନ୍ତ ଦାସ, ଉଛବ ପଣ୍ଡା ଆଦିଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସଂଘର ବରିଷ୍ଠ ସଦସ୍ୟ ଶ୍ରୀ ସତ୍ୟବାନ୍ ବରାହ, କୁଳମଣି ବିଳାସ ଓ ଅକ୍ଷୟ କୁମାର ଗାଆଣ ନିର୍ବାଚନ ଅଧିକାରୀଙ୍କୁ ସହଯୋଗ କରିଥିଲେ।ସଂଘର ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ଚନ୍ଦ୍ର ସିଂହ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ନାଲକୋ ପେରିଫେରି ଟ୍ରକ ମାଲିକ ସଂଘର ଶପଥ ସମାରୋହ ବୈଠକ