ଅନୁଗୁଳ: ଗତ ଶନିବାର ଦିନ ବେଳା ସିମିଳିପଡ଼ା ନିକଟସ୍ଥ ଏକ ବସ୍ତିରେ ପତ୍ନୀର ଝାଡୁ ପାହାର ଖାଇ ପ୍ରେମିକା ସହ ସ୍ବାମୀ ଟୁଙ୍ଗରୁ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣା ଟି ହେଲା ଟୁଙ୍ଗରୁ ଅଟୋ ଚଳାଇ ପେଟ ପୋଷନ୍ତି। ତାଙ୍କର ପନ୍ଦର ବର୍ଷର ଝିଅ ଏବଂ ଦଶ ବର୍ଷର ପୁଅ ମଧ୍ୟ ଅଛି। କିନ୍ତୁ ଆଳୁ ଦୋଷ ହେତୁ ସେ ଜଣେ ସ୍ବାମୀ ପରିତ୍ୟକ୍ତା ଯୁବତୀ ପ୍ରେମରେ ପଡ଼ି ଯାଆନ୍ତି। ଯୁବତୀଙ୍କ ଛୋଟ ପୁଅ ଟେ ମଧ୍ୟ ଅଛି। ପ୍ରେମ ନିଶାରେ ଟୁଙ୍ଗୁରୁ ପ୍ରଥମ ସ୍ତ୍ରୀ ଓ ପିଲାଙ୍କୁ ଭୁଲି ଯାନ୍ତି।
ଗତ କାଲି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପ୍ରଥମ ପତ୍ନୀ ଝାଡୁ ଧରି ସ୍ବାମୀ ନେଇ ଥିବା ଭଡ଼ା ଘରେ ପହଞ୍ଚି ଯାଆନ୍ତି। ପତ୍ନୀଙ୍କ ଦୁର୍ଗା ରୂପ ଦେଖି ପ୍ରେମିକା ଜଣକ ପାଖ ପିଟିଶି ପାଚେରୀ ଡେଇଁ ପଳାଇ ଯାଇଥିବା ବେଳେ ଟୁଙ୍ଗୁରୁ ମଧ୍ୟ ଅଟୋ ନେଇ ଫେରାର ହୋଇଯାଇଥିଲା।
ଏଣେ ଘର ମାଲିକ ଭଡ଼ା ନ ପାଇ ମୁଣ୍ଡ କାନ ଆଉଁସି ଟୁଙ୍ଗରୁ ଓ ପ୍ରେମିକାକୁ ଶୋଧୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା ।