ବୁର୍ବିନାଯୁ ରେ ବାବାସାହେବ ଆମ୍ବେଦକର ଙ୍କ ଜନ୍ମଜୟନ୍ତୀ ପାଳିତ l

ବୁର୍ବିନାଯୁ ରେ ବାବାସାହେବ ଆମ୍ବେଦକର ଙ୍କ ଜନ୍ମଜୟନ୍ତୀ ପାଳିତ l ............................... କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ବୁର୍ବିନାଯୁ ଗ୍ରାମପଞ୍ଚାୟତ ରେ ଆଜି ବାବା ସାହେବ ଡ଼ଃ ବି ଆର ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ଅତି ଧୁମଧାମ ରେ ପାଳିତ ହୋଇଛି l ଏହି ଜୟନ୍ତୀ ପର୍ବର ଆୟୋଜକ ଯୁବ ସମାଜ ସେବୀ ଶ୍ରୀ ରାଜକୋମଳ ପ୍ରଧାନ ଙ୍କ ତତ୍ୱବଧାନ ରେ ଟୁଡୁବାଲି ଛକ ରୁ ଏକ ବାଇକ ରାଲି ବାହାରି ବୁର୍ବିନାଯୁ ପଡିସାହି, ସୁଲେସରୁ ପରିକ୍ରମା କରି ପେନାଗବେରି ଛକ ପର୍ଯ୍ୟନ୍ତ ବାବା ସାହେବ ଅମର ରହେ, ଜୟ ଜୟ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ଅଞ୍ଚଳ l ଏଭଳି ଏକ କାର୍ଯ୍ୟକ୍ରମ ବୁର୍ବିନାଯୁ ଗ୍ରାମ ପଞ୍ଚାୟତ ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ର ଦେଖି ବୁଦ୍ଧିଜୀବି ଙ୍କ ମହଲରେ ଏକ ଖୁସି ର ଲହରୀ ଦେଖିବାକୁ ମିଳିଛି l ଆଜିର ଏହି ବିଶ୍ୱ ଜନନାୟକ ବାବା ସାହେବ ଡ଼ଃ ବି. ଆର.ଆମ୍ବେଦକର ଙ୍କ ଜନ୍ନଜୟନ୍ତୀ ଉତ୍ସବ ରେ ବୁର୍ବିନାଯୁ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଯୁକ୍ତ କାଳିଦାସ ପ୍ରଧାନ ରିସୁଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧେଶ୍ୟାମ ଦାସ , ଅବସର ପ୍ରାପ୍ତ ସେନାରକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଦିଗାଲ, କୁଇ ଡମାଙ୍ଗା ଜାତିକୁ ଆଗକୁ ନେଉଥିବା ଜାତୀପ୍ରେମୀ ଶ୍ୟାମଳ ଦିଗାଲ, ଜୟପ୍ରକାଶ ଦିଗାଲ, କନ୍ଧମାଳ ମିଳିତ ମଞ୍ଚର ଆବାହକ ଶ୍ରୀ କ୍ରିଷ୍ଣାଚନ୍ଦ୍ର ଦିଗାଲ ( ବୁଲୁ ), ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ଲୋକସଂଗଠନ ର ଟିକାବାଲି ବ୍ଲକ ସଂଯୋଜକ ସଂଜୀବ କୁମାର ଦିଗାଲ, ସାମ୍ବାଦିକ କୁନାଦିଗାଲ, ସମେତ ଅଞ୍ଚଳ ର ଭୀମସେନ ପ୍ରଧାନ, ସୁଦନ ମଲିକ, ରାଜକାପୁର ପ୍ରଧାନ, ପ୍ରଶାନ୍ତ ପ୍ରଧାନ ନବୀନ ପ୍ରଧାନ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆଜିର ମହାନ ପର୍ବକୁ ଧୂମଧାମ ରେ ପାଳନ କରି ଶିକ୍ଷତ ହେବା ସଙ୍ଗଠିତ ହେବା ଓ ସଂଘର୍ଷ କରି ନିଜ ଅଧିକାର କୁ ସାବ୍ୟସ୍ତ କରିବାକୁ ସମାଜରେ ପ୍ରତିଷ୍ଠିତ ହେବା ଏହି ସଂକଳ୍ପ କୁ ନେଇ ଏକ ଶୋଭା ଆୟୋଜନ କରି ଥିବାରୁ ଏହା ଏକ ଅତି ଉଚ୍ଚକୋଟି ର ଏବଂ ପ୍ରଶଂସନୀୟ କାର୍ଯ୍ୟକ୍ରମ ବୋଲି ଅନୁମାନ କରାଯାଉଛି l

ବୁର୍ବିନାଯୁ ରେ ବାବାସାହେବ ଆମ୍ବେଦକର ଙ୍କ ଜନ୍ମଜୟନ୍ତୀ ପାଳିତ l